ଟ୍ରାକ୍ଟରରେ ବାଲି ବୋଝେଇ କରୁଥିବା ବେଳେ ମାଟି ଅତଡା ଖସି ୨ ମୃତ

କୋରାପୁଟ: ଟ୍ରାକ୍ଟରରେ ବାଲି ବୋଝେଇ କରୁଥିବା ବେଳେ ମାଟି ଅତଡା ଖସିବାରୁ ବୁଧବାର ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ସରପାଲି ପଞ୍ଚାୟତର ମେଞ୍ଚଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଥିବା ସ୍ଥାନୀୟ ତହସିଲଦାର ସୂଚନା ଦେଇଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଦ୍ୱାରା ଉଭୟଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

ବନ୍ଧୁଗାଁ ତହସିଲ ଅନ୍ତର୍ଗତ କଣାଗାଁର ଅର୍ଜୁ ଓ୍ଵାଟେକାଙ୍କ ପୁଅ କିଶୋର ଓ କାସି ଦଣ୍ଡାସିଙ୍କର ପୁଅ କାସି ରବିଙ୍କ ଉପରେ ମାଟି ଅତଡା ଖସିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର