ବଲାଙ୍ଗୀର: ତୁରେକେଲା ବ୍ଲକ ମୁରିବାହାଲ ଗାଁରେ ଦୁଇ କରୋନା ପଜିଟିଭ

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ପଂଚାୟତ ମୁରିବାହାଲ ଗାଁର ଦୁଇ ଜଣ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି । ପ୍ରଶାସନ ତରଫରୁ ସେମାନଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ମୁରିବାହାଲ ଅତିରିକ୍ତ ସଂଗରୋଧ ଗୃହରେ ଦୁଇ ଜଣ ରହିଥିଲେ । ମୁମ୍ବାଇ ଆସିଥିବା ୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ଦୁଇ ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ବାହାରିଥିବା ବେଳେ ଏହି ଦୁଇ ଜଣଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ବାହାରିଥିବା ସୁଚନା ମିଲିଛି ।

ତେବେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୁଚନା ଅନୁସାରେ ୧୨ ମେ ରେ ମୁମ୍ବାଇରୁ ଆସି ସଂଗରୋଧ କେନ୍ଦ୍ର ରହିଥିଲେ । ଯେହେତୁ ମୋନେ ସଂଗରୋଧ କେନ୍ଦ୍ରରେ ଥିଲେ ତେଣୁ ସେହି ଅଂଚଳକୁ କଣ୍ଟେନମେଂଟ ଘୋଷଣା କରିବାର କୌଣସି ଆବଶ୍ୟକ ନାହିଁ । ସେହି ଅଂଚଳର ଲୋକ କୌଣସି ପ୍ରକାର ଭୟଭିତ ହେବାର ନାହିଁ । ସଂଗରୋଧ କେନ୍ଦ୍ରରେ ଥିବା ଲୋକ କୌଣସି ପ୍ରକାରରେ ବାହାରୁ ଆସିବାର ନାହିଁ । ସେଠାରେ ସେମାନଙ୍କ ସମସ୍ତ ପ୍ରକାର ସୁବିଧା ଅଛି । ଦୁଇ ପଜିଟିଭଙ୍କ ସହ ସହିତ ମିଲାମିଶା ଥିଲା ନା ନାହିଁ ତାହା ସବୁ ଦେଖାଯାଉଛି । ପଜିଟିଭ ଥିବା ଦୁଇ ଜଣଙ୍କ ସହ ମିଶିଥିବା ସମସ୍ତଙ୍କୁ ପରୀକ୍ଷା କରାଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର