ବଲାଙ୍ଗୀର: ଗୋଷ୍ଠୀ ସଂଘର୍ଷରେ ୨ ଗୁରୁତର, ଜଣଙ୍କର ହାତ ପାପୁଲି ଛିଣ୍ଡିଲା

ବଲାଙ୍ଗୀର: ଟାଉନ୍‌ ଥାନା ଅନ୍ତର୍ଗତ ରାଜୀବନଗରରେ ସୋମବାର ଅପରାହ୍ଣରେ ୨ଟି ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ଗୋଟିଏ ଗୋଷ୍ଠୀର ୬ ରୁ ୭ ଜଣ ଲୋକ ଉତ୍ତେଜିତ ହୋଇ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଛନ୍ତି। ଫଳରେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଥିବା ଜଣେ ବ୍ୟକ୍ତିଙ୍କ ହାତ ପାପୁଲିକୁ ଉତ୍ତେଜିତ ଲୋକେ କାଟି ଛିଣ୍ଡାଇ ଦେଇଛନ୍ତି।

ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଅପରାହ୍ଣରେ ରାଜୀବନଗରରେ ୨ଟି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ। ଏଥିରେ ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀର ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ହେବାରୁ ଜଣେ ଯୁବକ ନିଜାର ହାତ ପାପୁଲି ହରାଇଛନ୍ତି। ଅନ୍ୟ ଜଣଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି।

ରିପୋର୍ଟ ଲେଖାଯିବା ବେଳକୁ ୨ ଗୁରୁତରଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଥି ମଧ୍ୟରୁ ଜଣଙ୍କୁ ବୁର୍ଲା ମେଡିକାଲ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଘଟଣା ସଂପର୍କରେ ଥାନାରେ ଅଭିଯୋଗ ହୋଇ ନଥିଲେ ମଧ୍ୟ ରାଜୀବନଗରରେ ଚାପା ଉତ୍ତେଜନା ଦେଖାଯାଇଛି। ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର