ରାଉରକେଲା: କାନ୍ଥ ଭୁଶୁଡ଼ି ଦୁଇ ନାବାଳିକା ଭଉଣୀ ମୃତ, ମାଆ ଗୁରତର

0 171

 

ରାଉରକେଲା: ରାଉରକେଲା ମାଲଗୋଦାମ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘର ଭିତରେ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିବାରୁ  ଘଟଣାସ୍ଥଳରେ ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ମା ମଧ୍ୟ ଗୁରୁତର ଭାବେ ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମର  ମହେନ୍ଦ୍ର ସିଂହ ହେଟେଲ ନିକଟରେ ଥିବା ଏକ ବସ୍ତିରେ  ଗୋଟିଏ ପରିବାର ରହୁଥିଲେ। ଗତକାଲି ରାତିରେ ମାଆ  ତାଙ୍କର  ଦୁଇ ନାବାଳିକା ଝିଅ ସୁଜାତା ଓ ସୌମ୍ୟାଙ୍କୁ ଧରି ଘର ଭିତରେ ।ଶୋଇଥିିବା ବେଳେ ହଠାତ ବିଳମ୍ବିତ ରାତିରେ ଦୁର୍ବଳ ମାଟି କାନ୍ଥ ପରିବାର ଉପରେ ଭୁଶୁଡ଼ି ପଡ଼ିଥିଲା। ବହୁ କଷ୍ଟରେ ମା  ମାଟିକାନ୍ଥ ତଳୁ ବାହାରି ନିଜର ଦୁଇ ନାବାଳିକା ଝିଅଙ୍କୁ  ମାଟିତଳେ ରହିଯରାଇଥିବା ପାଟି କରି କହିଥିଲେ।। କାନ୍ଥ ପଡ଼ିଥିବାର ଶବ୍ଦ ଶୁଣି ପଡୋଶୀମାନେ ଆସି ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।  କାନ୍ଥ ତଳୁ ଉଦ୍ଧାର କରିବା ବେଳକୁ  ଛାତିରେ ଗଭୀର ଆଘାତ ପାଇ ୭ ବର୍ଷର ସୁଜାତା ବାରିକ ଓ ୫ ବର୍ଷର ସୌମ୍ୟା ବାରିକଙ୍କର ମୃତ୍ୟୁ ଘଟି ସାରିଥିଲା। ତେବେ ମାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରାକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି।  ଏହାକ୍‌ୁ ନେଇ ସମଗ୍ର ବସ୍ତିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.