ଯାଜପୁର: ୨ ଚୋରୀ ବାଇକ୍‌ ଜବତ, ଜଣେ ଗିରଫ

ଯାଜପୁର: ଟାଉନ ପୁଲିସ ଗୁରୁବାର ଜଣେ ମୋଟର ସାଇକେଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ଜଣକ ହେଲା ଟାଉନ ଥାନା ବିନ୍ଧାଣ ଅଞ୍ଚଳର ବିଜୟ ସାହୁ(୨୨)। ବିଜୟଙ୍କ ଠାରୁ ପୁଲିସ ୨ଟି ମୋଟର ସାଇକେଲ ଜବତ କରିଛି।

ସୂଚନା ଅନୁସାରେ ଗତ ୨ ତାରିଖ ରାତି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା କଣ୍ଟାପାରି ଅଞ୍ଚଳର ବିକ୍ରମ ଜେନା ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେ ନିଜର ବାଇକ (ଓଡି-୨୨ବି-୩୩୯୦)କୁ ପାର୍କିଂରେ ରଖି ମେଡିକାଲକୁ ଯାଇଥିଲେ। ତେବେ ପରଦିନ ସକାଳୁ ସେ ରଖିଥିବା ସ୍ଥାନରେ ନିଜର ବାଇକକୁ ପାଇନଥିଲେ। ଖୋଜାଖୋଜି ପରେ ବାଇକ ନମିଳିବାରୁ ସେ ୬ ତାରିଖ ଟାଉନ ଥାନାରେ ଅଭିଯୋଗ କରିଥିଲେ।

ଥାନାଧିକାରୀ ଆଶିଷ କୁମାର ସାହୁ ଅଭିଯୋଗକୁ ଭିତ୍ତି କରି କେସ ନଂ ୪୮/୧୯ରେ ମାମଲା ରୁଜୁ କରି ଅନୁସଂଧାନ ଜାରି ରଖିଥିଲା। ତେବେ ପୁଲିସ ଆଜି ଏହି ଘଟଣାରେ ଆସାମୀ ବିଜୟ ସାହୁକୁ ଗିରଫ କରି ଦଫା ୩୭୯ରେ କୋର୍ଟ ଚାଲାଣ କରିଛି। ଜବତ ଦୁଇଟି ଗାଡିରୁ ଗୋଟିଏ ମେଡିକାଲରୁ ଚୋରି ହୋଇଥିବା ବିକ୍ରମଙ୍କ ବାଇକ ହୋଇଥିବା ବେଳେ ଅନ୍ୟଟି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳର ଶ୍ରୀକାନ୍ତ ମହାପାତ୍ରଙ୍କର ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର