ବେଲପଡ଼ା: ଆମ୍ବ ତୋଳିବାକୁ ଯାଇଥିବା ଦୁଇ ନାବାଳଙ୍କର ବଜ୍ରପାତରେ ମୃତ୍ୟୁ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଓଡ଼ିଙ୍ଗ ଗାଁରେ ଆଜି ସକାଳେ ଆମ୍ବ ତୋଳିବାକୁ ଯାଇଥିବା ବେଳେ ବଜ୍ରପାତ ଘଟିବାରୁ ଦୁଇ ଜଣ ନାବାଳଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟିି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଙ୍ଗଗାଁର ହରି ବୋଏଙ୍କ ୧୩ ବର୍ଷର ପୁଅ ଈଶ୍ୱର ବୋଏ ଓ ହେମନ୍ତ ଭୋଇଙ୍କ ପୁଅ ପୂର୍ଣ୍ଣାନନ୍ଦ ଭୋଇ ଆଜି ସକାଳ ୮ଟା ସମୟରେ ନିକଟସ୍ଥ ଏକ ଆମ୍ବଗଛରୁ ଆମ୍ବ ତାଳିବାକୁ ଯାଇଥିଲା। ଉଭୟ ସାଙ୍ଗ ଆମ୍ବ ତୋଳୁଥିବା ବେଳେ ହଠାତ ଝିପିଝିପି ବର୍ଷା ସହିତ ବିଜୁଳି ମାରିଥିଲା। ଉଭୟ ସାଙ୍ଗ ସେହି ଅମ୍ବଗଛ ମୂଳରେ ଆଶ୍ରମ ନେଇଥିବା ବେଳେ ଆମ୍ବ ଗଛକୁ ବଜ୍ରପାତ ହୋଇଥିଲା।ଫଳରେ ଗଛମୂଳରେ ଥିବା ଇଶ୍ୱର ଓ ପୂର୍ଣ୍ଣାନନ୍ଦ ଘଟଣାସ୍ଥଳରେ ହିଁ ବ୍ରଜପାତ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ଉଭୟଙ୍କ ଶରୀରର କେତେକ ଅଂଶ ପୋଡ଼ି ଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର