ଅନୁଗୁଳ: ଦୁର୍ଘଟଣାରେ ଡିଜେଲ ଟ୍ୟାଙ୍କର,ଟ୍ରକ୍‌ ଜଳିିଗଲା, ୪ ଆହତ

ଅନୁଗୁଳ: ଆଜି ଭୋର ଭୋରରୁ ୪୪ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ରାଣୀଭୁଇଁ ନିକଟରେ ଏକ ଡିଜେଲ ଟ୍ୟାଙ୍କର – ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗାଡ଼ି ଦୁଇଟି ଘଟଣାସ୍ଥଳରେ ଜଳି ଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇ କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁରକୁ ଡିଜେଲ ନେଇ ଯାଉଥିବା ଓଡି ୧୪ ଭି ୯୯୯୮ ନମ୍ବର ବିଶିଷ୍ଟ ତେଲ ଟ୍ୟାଙ୍କର ସହିତ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଚାହୁଁ ଚାହୁଁ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା ଓ ଗାଡ଼ି ଦୁଇଟି ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳି ଉଠିଥିଲେ। ତେବେ ଏହି ଦୁର୍ଘଟଣାରେ ଉଭୟ ଗାଡ଼ିର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି ସେମାନଙ୍କୁ ଉଦ୍ଧାର କରାଯାଇ କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର