ଗାଧୋଇବାକୁ ଯାଇ କୁଶଭଦ୍ରାରେ ବୁଡ଼ିଗଲେ, ମିଳିଲା ଜଣଙ୍କର ମୃତଦେହ, ୨ ନିଖୋଜ

ନିମାପଡ଼ା: କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଛାତ୍ରଙ୍କର ମୃତଦେହ ମିଳିଛି। ମିଳିଥିବା ସୂଚନା ଅନୁସାରେ ମୃତବ୍ୟକ୍ତିଙ୍କର ନାମ ତେଜେଶ୍ୱର ମହାନ୍ତି। ପୁରୀ ଜିଲ୍ଲାର ମାଟିଆପଡ଼ାରେ ତେଜେଶ୍ୱରଙ୍କ ଘର।

ସୂଚନାଯୋଗ୍ୟ ଆଜି ଅପରାହ୍ଣରେ ୩ଜଣ ଜଣ ଛାତ୍ର ନିମାପଡ଼ା ଧୀରପୁର ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଗଭୀର ପାଣି ଭିତରକୁ ପଶିଯାଇ ସେମାନେ ଯାଇଥିଲେ। ସୂଚନା ମିଳିବା ପରେ ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ କର୍ମଚାରୀ କୁଶଭଦ୍ରାକୁ ପହଂଚି ତଳାସି ଅଭିଯାନ ଜାରି ରଖିଛନ୍ତି। ବୁଡ଼ି ଯାଇଥିବା ଛାତ୍ରମାନେ ପରୀକ୍ଷା ଶେଷ ହେବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଆହୁରି ୨ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।

ସମ୍ବନ୍ଧିତ ଖବର