ନିରାକାରପୁର:ଟ୍ରେନ୍‌ରୁ ଖସିି ଅଜଣା ଯୁବକଙ୍କର ମୃତ୍ୟୁ

ନିରାକାରପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଷ୍ଟେସନଠାରୁ ଅନତି ଦୂରରେ ଥିବା ହରିପୁର ରେଲବାଇ ଗେଟ ନିକଟରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ମୃତ ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ସେ କୌଣସି ଟ୍ରେନ୍‌ରେ ଯାତ୍ରା କଲାବେଳେ ଖସିପଡ଼ି ମୃତ୍ୟୁ ବରଣ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ କେଉଁ ଟ୍ରେନ୍‌ରୁ ଏହି ଅଜଣା ଯୁବକ ଖସିପଡ଼ି ମୃତ୍ୟୁ ବରଣ କରିଛନ୍ତି, ତାହା ଜଣାପଡ଼ି ନାହିଁ। ଖବର ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର