ଗାଡ଼ି ମାଲିକ ସହ ୪ ଥାନାରେ ଅଟକ

ମହଙ୍ଗା ପଡ଼ିଲା ଗହଣା ବିକି ଗାଡ଼ି ଭଡ଼ା ଆଦାୟ କରିବା

ଦେଓଗାଁ: ଗାଡ଼ି ଭଡ଼ା ଦେବାକୁ ଟଙ୍କା ନଥିବାରୁ ମହିଳା ପାସେଞ୍ଜରଙ୍କ ସୁନା ଗହଣା ବିକି ଭଡ଼ା ଟଙ୍କା ଆଦାୟ କରିଥିବା ଘଟଣାରେ ପୁଲିସ ସଂପୃକ୍ତ ଗାଡ଼ି ମାଲିକ, ଭଡ଼ାରେ ଯାଇଥିବା ମହିଳାଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ତୁଷରା ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ମେ ମାସରେ ଜଣେ ମହିଳାଙ୍କୁ ବାଇକ୍‌ରେ ବସାଇ ଡୁମ୍ବେରପିଟା ଗାଁର ହେମନ୍ତ ମହାନନ୍ଦ ଓ ବନ୍ଧପଡ଼ା ପଞ୍ଚାୟତର ଫପସି ଗାଁର ନେପାଳ ନାଗ ସମ୍ବଲପୁର ଯିବା ଉଦ୍ଦେଶ୍ୟରେ ଦେଓଗାଁକୁ ଆସିଥିଲେ।

ଦେଓଗାଁ ଟେକ୍ସି ଷ୍ଟାଣ୍ଡରେ ଦେଓଗାଁର ଲୀଳାମୟ ସାହୁଙ୍କ ଗାଡ଼ି ନମ୍ବର ଓଆର ୦୩ଏଫ ୭୬୯୪ରେ ସମ୍ବଲପୁର ଭଡ଼ାରେ ଯିବାକୁ ୨୫ ଶହ ଟଙ୍କା ପଟିଥିଲା। ବଲାଙ୍ଗୀରକୁ ଯିବା ପରେ ଗାଡ଼ି ଚଳାଉଥିବା ଲୀଳାମୟ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ନଥିବାରୁ ମହିଳା ଜଣକ ପିନ୍ଧିଥିବା ସୁନା ଅଳଙ୍କାର ବିକ୍ରୟ କରି ଗାଡ଼ି ଚାଳକ ଭଡ଼ା ଟଙ୍କା ନେଇ ସମ୍ବଲପୁରରେ ଛାଡ଼ିଥିଲେ। ବହୁ ଦିନ ବିତି ଯିବା ପରେ ଗତ ଶନିବାର ମହିଳା ଜଣକ ଏ ବିଷୟରେ ଦେଓଗାଁ ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଗାଡ଼ି ମାଲିକ ଲୀଳାମୟଙ୍କ ସହ ମହିଳା ଏବଂ ହେମନ୍ତ ଓ ନେପାଳଙ୍କୁ ପୁଲିସ ତୁଷୁରା ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର