କେନ୍ଦ୍ରାପଡା ଜିଲ୍ଲା ଉପକାରାଗାରରୁ ପାଚେରୀ ଡେଇଁ କଏଦୀ ଫେରାର

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଉପକାରାଗାରରୁ ପାଚେରୀ ଡେଇଁ ଜଣେ କଏଦୀ ଫେରାର ହୋଇଯାଇଥିବା ଖବର ମିଳିଛି। ଶନିବାର ରାତିରେ ଏ ସମ୍ପର୍କରେ ଜଣାପଡିବା ପରେ ଚୌଦ୍ୱାର ଜେଲ୍‌ ସୁପରିଟେଣ୍ଡେଣ୍ଟ ଓ କେନ୍ଦ୍ରାପଡ଼ା ଏସପି ଉପକାରାଗାରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏଥିସହ ରବିବାର ଆଡିସନାଲ ଡିଜି ଓ ଆଡିସନାଲ ଆଇଜି ମଧ୍ୟ କେନ୍ଦ୍ରାପଡା ସବଜେଲରେ ପହଞ୍ଚି ତଦନ୍ତ ଜାରି କରିଛନ୍ତି। ଉପକାରାଗାରରୁ ପାଚେରୀ ଡେଇଁ ଫେରାର ହୋଇଥିବା କଏଦୀର ନାମ ରଙ୍ଗାଧର ବିଶ୍ୱାଳ ବୋଲି ଜଣାପଡ଼ିଛି। ନିକିରାଇ ଥାନା ମିରଜାପୁର ଗ୍ରାମର ରଙ୍ଗାଧର ହତ୍ୟା ମାମଲାରେ କଏଦୀ ରଙ୍ଗାଧର ବିଶ୍ୱାଳକୁ ୪ ବର୍ଷ ହେଲା ଜେଲରେ ରହିଥିଲେ ।

ସମ୍ବନ୍ଧିତ ଖବର