ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ

ଡେଲାଙ୍ଗ: ଗତକାଲି ବିଳମ୍ବିତ ରାତ୍ରିରେ ଡେଲାଙ୍ଗ ଥାନା ଅନ୍ତର୍ଗତ ବାୟାବଜାରଠାରେ ଓ ବନୁପଡ଼ା ଗ୍ରାମର ଦେବାଶିଷ ମଲ୍ଲିକଙ୍କ ଗାଡ଼ିରେ କିଏ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଡେଲାଙ୍ଗ ହାଟସ୍ଥିତ ବାୟାବଜାର ୟୁକୋ ବ୍ୟାଙ୍କ ନିକଟରେ ବେନୁପଡ଼ା ଗ୍ରାମର ଦେବାଶିଷ ମଲ୍ଲିକଙ୍କ ଦୋକାନ ରହିଛି। ଗତକାଲି କାମ ସାରି ୧୧ଟାରେ ଦୋକାନ ବନ୍ଦ କରି ଶୋଇଥିଲେ। ତାଙ୍କ ବାଇକ୍‌ଟି ଦୋକାନ ପିଣ୍ଡାରେ ଥୁଆହୋଇ ଥିଲା। ପାଖାପାଖି ରାତି ସାଢ଼େ ଗୋଟାଏ ବେଳେ କେହି ଦୁର୍ବୃତ୍ତ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ। ଅସହ୍ୟ ଗରମ ହେବାରୁ ଦେବାଶିଷ ବାହାରକୁ ଆସି ଦେଖନ୍ତିତ ତାଙ୍କ ଗାଡ଼ି ଜଳୁଛି। ଏ ନେଇ ଦେବାଶିଷ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର