ଜଗତସିଂହପୁର: ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଳାନ୍ସ ଚଢ଼ାଉ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ପୂର୍ତ୍ତବିଭାଗ ଉପଖଣ୍ଡର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏକକାଳୀନ ଭିଜିଲାନ୍ସର ୮ଟି ଟିମ୍‌ ଶ୍ରୀ ମିଶ୍ରଙ୍କ ବାଲିକୁଦାସ୍ଥିତି କାର୍ଯ୍ୟାଳୟ, ଜଗତସିଂହପୁରଠାରେ ଥିବା ସରକାରୀ ବାସଗୃହ, ଜୟବଡ଼ଠାରେ ସ୍ତ୍ରୀଙ୍କ ନାମରେ ଥିବା ଘରେ, ପୁରୋହିତପୁରସ୍ଥିତ ଶ୍ୱଶୁର ଘରେ, ସାନମୁଣ୍ଡିଲେସ୍ଥତ ଘରେ, ବରମୁଣ୍ଡା ହାଉସିଂବୋର୍ଡସ୍ଥତ ଘରେ, ଜାଗମରାସ୍ଥିତ ଘରେ ଏବଂ ବିରିଡ଼ି ବ୍ଲକ୍‌ ଢିଅସାଠାରେ ଥିବା ପୈତୃକ ଘରେ ଚଢ଼ାଉ କରାଯାଇଛି। ତେବେ ଚଢ଼ାଉ ବେଳେ କେତେ ସମ୍ପତ୍ତି ଠାବ କରାଯାଇଛି ତାହା ଭିଜିଲାନ୍ସ ପକ୍ଷରୁ କୁହାଯାଇ ନ ଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ୍‌ ପ୍ରଭୃତି ଭିଜିଲାନ୍ସ ଜବତ କରିଥିବା ଜଣାଯାଇଛି।ଆଜି ସକାଳ ୭ଟା ସୁଦଧା ଏହି ୮ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର