ଅନୁଗୁଳ: କୋଟିପତି କନଷ୍ଟେବଳଙ୍କ ଘରେ ଭିଜିଳାନ୍ସ ଚଢ଼ାଉ

ଅନୁଗୁଳ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅନୁଗୁଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନଷ୍ଟେବଳ ପ୍ରମୋଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଭିଜିଲାନସର ୩ଟି ଟିମ୍‌ ଏକକାଳୀନ ଶ୍ରୀ ପଟ୍ଟନାୟକଙ୍କ ନାଲକୋନଗରସ୍ଥିତ ବାସଭବନ, ବଅଁରପାଳ ଥାନା ଅନ୍ତର୍ଗତ ତଳମୁଳ ଗାଁରେ ଥିବା ପୈତୃକ ଘର ଓ କିିଶୋରନଗର ଥାନା ଅଞ୍ଚଳରେ ଥିବା ଶ୍ୱଶୁର ଘରେ ଚଢ଼ାଉ ଚଳାଇଛନ୍ତି। ଶ୍ରୀ ପଟ୍ଟନାୟକ ବସ ଓ ଟ୍ରକ ବ୍ୟବସାୟ ସହିତ ମଧ୍ୟ ଜଡ଼ିତ ଥିବା ଭିଜିଳାନ୍ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର