ଲାଞ୍ଚନେଲା ବେଳେ ଧରାପଡ଼ିଲେ ସିଆରିଆ ରାଜସ୍ୱ ସର୍କଲର ଆର୍‌ଆଇ ଓ ପିଅନ୍‌

କଟକ: କଟକ ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ସିଆରିଆ ରାଜସ୍ୱ ସର୍କଲର ଆର୍‌ଆଇ ଓ ପିଅନ୍‌ ଲଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ମଙ୍ଗଳବାର ଧରାପଡ଼ିଛନ୍ତି।

ସୂଚନାଯୋଗ୍ୟ, ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ସିଆରିଆ ରାଜସ୍ୱ ସର୍କଲର ଆର୍‌ଆଇ ଦିବାକର ବେହେରା କାନପୁରର ଜଣେ ବ୍ୟକ୍ତିଙ୍କ ଜମି ଚିହ୍ନଟ ସାର୍ଟିଫିକେଟ୍‌ ଦେବା ପାଇଁ ୩୦୦୦ ଟଙ୍କା ଦାବି କରିଥିଲେ। ପୂର୍ବରୁ ସେ ଏନେଇ ୧୦୦୦ଟଙ୍କା ନେଇ ସାରିଥିଲେ। ଆଜି କାନ୍‌ପୁର ବ୍ୟକ୍ତି ବାକିଥିବା ୨୦୦୦ହଜାର ଟଙ୍କା ପିଅନ ଗଣେଶ୍ୱର ସାହୁ ଜରିଆରେ ଆର୍‌ଆଇଙ୍କୁ ଦେଉଥିବା ସମୟରେ ଭିଜିଲାନ୍ସ ଦୁହିଁଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର