କେନ୍ଦ୍ରାପଡ଼ା: ବିଲରେ ପଶି ମୁଗ ଖାଇବାରୁ ଷଣ୍ଢକୁ ମିଳିଲା ଏମିତି ଦଣ୍ଡ

କେନ୍ଦ୍ରାପଡ଼ା: ମଣିଷ ଦୋଷ କଲେ ଦଣ୍ଡ ମିଳିବା କଥା ଆମେ ଶୁଣିଛୁ। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁକୁନ୍ଦପୁର ପଞ୍ଚାୟତ ଝାଟିଆ ଗ୍ରାମରେ ଶନିବାର ଏକ ଷଣ୍ଢ ମୁଗ ଖାଇବାରୁ ତାକୁ ଦଣ୍ଡ ମିଳିବା ଘଟଣା ଶୁଣିବାକୁ ମିଳୁଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଝାଟିଆ ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ମୁଗ ବିଲରେ ଏକ ଷଣ୍ଢ ପଶି ଯାଇଥିଲା। ଷଣ୍ଢଟି ବିଲ ଭିତରେ ପଶି ମୁଗ ଖାଇବାରେ ଲାଗିଥିଲା। ତେବେ ଷଣ୍ଢକୁ ମୁଗ ଖାଇବାର ଦେଖି ଗ୍ରାମବାସୀ ତାକୁ ଘଉଡାଇ ବିଲ୍‌ରୁ ବାହାର କରି ଦେଇଥିଲେ। ତେବେ ଷଣ୍ଢଟି ବିଲରେ ପଶି କାହିଁକି ମୁଗ ଖାଇଲା ବୋଲି ଗ୍ରାମବାସୀ ଉତ୍ତ୍ୟେକ୍ତ ହୋଇ ଏକ ଖୁଣ୍ଟରେ ବାନ୍ଧି ଦେଇଛନ୍ତି। ଦୀର୍ଘ ସମୟ ଧରି ଅସହ୍ୟ ଖରାରେ ଷଣ୍ଢଟି ସେଭଳି ଖୁଣ୍ଟରେ ବନ୍ଧା ହୋଇଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର