ନୟାଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଭର୍ତ୍ତି ହୋଇଛନ୍ତି ବିଦେଶ-ପ୍ରଦେଶ ଫେରନ୍ତା, ମାନୁନାହାନ୍ତି ସଙ୍ଗରୋଧ

କ୍ରିକେଟ୍, ତାସ୍ ସହ ଚାଲିଛି ଭୋଜିଭାତ ଆସର

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ବିଭିନ୍ନ ଏନ୍‌ଏସି ଅଞ୍ଚଳରେ ଘନ ଘନ କରୋନା ନିମନ୍ତେ ସଚେତନତା ଗାଡ଼ି ବୁଲୁଛି। ବୈଠକ ବି ଚାଲୁଛି। କିନ୍ତୁ ଗ୍ରାମାଞ୍ଚଳକୁ ବାସ୍ତବରେରୁ ଅଧିକ ବିଦେଶ ଓ ଅନ୍ୟ ରାଜ୍ୟରେ କାମ କରୁଥିବା ଲୋକ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କାଁ ଭାଁ କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟାମାନେ ହୋମ୍‌ କ୍ବାରେଣ୍ଟାଇନ୍‌(ସଙ୍ଗରୋଧ‌)ରେ ରହୁନଥିବା ଖବର ମିଳିଛି। ଏମାନେ ଗ୍ରାମରେ ବେପରୁଆ ମନୋଭାବ , ‌ସଚେତନତାର ଅଭାବ ତଥା ପ୍ରଶାସନର ଢିଲା ମନୋଭାବ ପାଇଁ ବୁଲୁଛନ୍ତି।

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ଆଶା, ଅଙ୍ଗନୱାଡି କର୍ମୀ ଏମାନଙ୍କ ବାବଦରେ ବ୍ଲକ ଜିଲ୍ଲା ପ୍ରଶାସନକୁ ହୁଏତ ଖବର ପ୍ରଦାନ କରୁନାହାନ୍ତି। ଏହି ବିଦେଶ ଓ ପ୍ରଦେଶ ଫେରାନ୍ତାଙ୍କ ମଧ୍ୟରେ ଯଦି କେହି ସଂକ୍ରମିତ ବ୍ୟକ୍ତ ଥିବେ, ସେମାନଙ୍କ ପାଇଁ ଅନ୍ୟମାନେ ବିପଦ‌ରେ ପଡ଼ିବେ। କେବଳ ଏତିକି ନୁ‌ହେଁ, ଜିଲ୍ଲାର କିଛି କିଛି ଗ୍ରାମାଞ୍ଚଳରେ ଲୋକ ସଚେତନ ହୋଇ ନିଜ ଗାଁକୁ ଅନ୍ୟମାନଙ୍କୁ ପ୍ରବେଶ ନିଷେଧ କରିଛନ୍ତି, ଏପରିକି ଏଥିନେଇ ପୋଷ୍ଟର, ବ୍ୟାନର ମଧ୍ୟ ଲଗାଇଛନ୍ତି। ହେଲେ ଅଧିକାଂଶ ଗ୍ରାମରେ କରୋନା କଟକଣା ନାହିଁ।

ଲକ୍‌ଡାଉନ୍‌ ଘୋଷଣ ‌ହୋଇଥିଲେ ମଧ୍ୟ ତାସ୍ , କ୍ରିକେଟ ଖେଳ ସହ ଭୋଜିଭାତ ଚାଲିଛି। ଏହି ପରିପ୍ରେକ୍ଷୀରେ ସଂକ୍ରମଣ ରୋକିବାକୁ ସରକାର କରିଥିବା ଲକ୍‌ଡାଉନ୍‌ ବ୍ୟବସ୍ଥା କେତେ ସଫଳ ହେବ , ତାକୁ ନେଇ ସଂଶୟ ଦେଖାଦେଇଛି।  ସହରାଞ୍ଚଳ ତଥା ବ୍ଳକ ସଦର ମହକୁମା ଭଳି ବିଭିନ୍ନ ଗ୍ରାମରେ ମଧ୍ୟ ପୁଲିସ ନଜର ଦେବାର ଆବଶ୍ୟକତା ରହିଛି।  ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ସହରାଞ୍ଚଳରେ   ଦରକାରୀ କାମରେ ବାହାରିଥିବା ଲୋକଙ୍କୁ ପୁଲିସ ପଚାରି ଛାଡ଼ୁଥିବା ବେଳେ , ଅନ୍ୟମାନଙ୍କୁ ବିଦା କରି ଦେଉଛନ୍ତି।  କିନ୍ତୁ ଗ୍ରାମାଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ଏଭଳି ତାଗିଦ୍‌ର ବ୍ୟବସ୍ଥା  ନାହି । ଏପରିକ ବିଭିନ୍ନ ସ୍ବେଚ୍ଛାସେବୀ, ‌ସଚେତନ ନାଗରିକ ଏଭଳି ଅମାନିଆ ବ୍ୟକ୍ତିଙ୍କ ବାରଣ କଲେ ମଧ୍ୟ ଏମାନେ ଶୁଣିବା ପରିସ୍ଥିତିରେ ନାହାନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର