ରାସ୍ତା କଡ଼ରେ ଡ୍ରେନ ନାହିଁ, ବଡ଼ବନ୍ଧବାସୀ ହନ୍ତସନ୍ତ

ଦେଓଗାଁ: ଦେଓଗାଁ ବ୍ଲକ୍‌ ବଡ଼ବନ୍ଧ ଗାଁ ରାସ୍ତା କଡ଼ରେ ଡ୍ରେନ୍‌ ନଥିବାରୁ ରାସ୍ତା ଉପରେ ମଇଳା ପାଣି ଜମି ରହୁଛି। ଫଳରେ ଗ୍ରାମବାସୀ ବହୁ ଅସୁବିଧା ଭୋଗ କରୁଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କଠାରୁ ପ୍ରକାଶ ଯେ, ଏହି ଗାଁକୁ ପାନୀୟ ଜଳ ଯୋଗାଇବା ପାଇଁ ସିକୁଆଁ ନଦୀକୂଳରୁ ବ୍ୟବସ୍ଥା କରାଯାଇଛି। ପାଣି ଯୋଗାଣ ଦ୍ୱାରା ବିଭିନ୍ନ ସ୍ଥାନରେ ରହିଥିବା ଷ୍ଟାଣ୍ଡପୋଷ୍ଟର ପାଣି ରାସ୍ତା ଉପରକୁ ମାଡ଼ି ଯାଉଛି। ରାସ୍ତା କଡ଼ରେ ଡ୍ରେନ୍‌ ବ୍ୟବସ୍ଥା ନଥିବାରୁ ଏହି ପାଣି ରାସ୍ତା ମଝିରେ ଜମି ରହି କାଦୁଅ ହେଉଛି। ଫଳରେ ଯିବା ଆସିବାରେ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ବଡ଼ବନ୍ଧ ଗାଁର ଯୁବନେତା ସୁଶୀଲ ଚାନ୍ଦ ଏହି ଜୋନର ଜିଲ୍ଲା ପରିଷଦ ସଭ୍ୟ ସହ ସରକାରୀ ଦଳର ଜିଲ୍ଲାର ଅଗଧାଡ଼ିର ନେତା ହୋଇଥିବା ବେଳେ ଗାଁର ଏହି ଦୁରବସ୍ଥାକୁ ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି।

ସମ୍ବନ୍ଧିତ ଖବର