ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ, ୩ଗିରଫ

କୋରାପୁଟ: ସହର ଉପକଣ୍ଠ ତନଭୀର ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ ମାମଲାରେ ୩ଜଣଙ୍କୁ ଗିରଫ କରିଛି କୋରାପୁଟ ସଦର ଥାନା ପୁଲିସ। ମିଳିଥିବା ସୂଚନା ଅନୁସାରେ, ସହର ଉପକଣ୍ଠରେ ଥିବା ତନଭୀର ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା। କୋରାପୁଟ ଧୋବା ସାହିର କିଛି ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଅପରପକ୍ଷରେ ପେଟ୍ରୋଲ ପମ୍ପ କର୍ମଚାରୀ ବାହାର ଲୋକଙ୍କୁ ମାରପିଟ୍‌ କରିଥିବା ପାଲଟା ଅଭିଯୋଗ ହୋଇଥିଲା। ଏଥିନେଇ ଉଭୟ ପକ୍ଷରୁ କୋରାପୁଟ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପରେ ଏହି ଗଣ୍ଡଗୋଳ ମାମଲାରେ ପି.ରବି, କେ. ଅଖିଲ ଓ ପି.ଜଗୁଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି। ଏଥିନେଇ ଅଧିକ ଅନୁସନ୍ଧାନ ଚାଲିଥିବା ଏସିଡିପିଓ ବଳଭଦ୍ର ଦୀପ କହିଛନ୍ତି।

ସମ୍ବନ୍ଧିତ ଖବର