ଆଠଗଡ଼ ନୂଆବନ୍ଧ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ

କଟକ: କଟକ ଜିଲ୍ଲା ଆଠଗଡ଼ ନୂଆବନ୍ଧ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

ସୂଚନା ମୁତାବକ, ଆଠଗଡ଼ ନୂଆବନ୍ଧ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ଆଠଗଡ଼ ଥାନାରେ ଆହତଙ୍କ ପକ୍ଷରୁ ଏତଲା ଦିଆଯାଇଛି । ତେବେ ପିଲା କଳିକୁ ନେଇ ଏହି ସଂଘର୍ଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର