ପୁଣି ସୋସିଅାଲ୍ ମିଡିଅାରେ ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିର ଭିତର ଫଟୋ

ପୁରୀ: ପୁରୀ ଶ୍ରୀମନ୍ଦିରର ଭିତର ଫଟୋ ପୁଣି ଥରେ ସୋସିଅାଲ୍ ମିଡିଅାରେ ଭାଇରାଲ ହୋଇଛି। ସୁରଟର ଶ୍ରଦ୍ଧାଳୁ ତଜସ ସେଲରଙ୍କ ଫେସ୍‌ବୁକ୍‌ରେ ଶ୍ରୀମନ୍ଦିର ଫଟୋ ଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସହ ସାକ୍ଷୀଗୋପାଳ ଓ ଲିଙ୍ଗରାଜ ମନ୍ଦିରର ଫଟୋ ମଧ୍ୟ ଭାଇରାଲ ହୋଇଛି। ତେଜସ ସେଲର ଜଣେ ଇସ୍କନ ଭକ୍ତ ବୋଲି ଜଣାପଡ଼ିଛି। ତେବେ ଏହି ଫଟୋକୁ ଚିନ୍ମୟ ଦାସ ନାମକ ଜଣେ ଯୁବକ ନିଜ ଫେସ୍‌ବୁକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।

ତେବେ ନଭେମ୍ବର ୮ ତାରିଖରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ଫଟୋ ଭାଇରାଲ ହୋଇଥିଲା ।
ସୂଚନା ଅନୁସାରେ ଗୁଜୁରାଟର ହିିତେଶ ସୋନାନି ନାମରେ ଜଣେ ବ୍ୟକ୍ତି ନିଜ ଫେସବୁକ୍‌ ପେଜରେ ଶ୍ରୀମନ୍ଦିର ପରିସରସ୍ଥିତ କୋଇଲି ବୈକୁଣ୍ଠର ଫଟୋକୁ ଭାଇରାଲ କରିଥିଲେ।

ରିପୋର୍ଟ ଅନୁସାରେ ଶ୍ରୀମନ୍ଦିର ସାତ ପାହାଚ ନିକଟରୁ ଏବଂ କୋଇଲି ବୈକୁଣ୍ଠରୁ ଫଟୋ ଉଠାଇ ଏହାକୁ ଗୁଜୁରାଟର ପର୍ଯ୍ୟଟକ ହିତେଶ ଭାଇରାଲ କରିଥିଲେ। ଫଟୋରେ କିଛି ଇସ୍କନ ଭକ୍ତ ମଧ୍ୟ ଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଫଟୋ ଭାଇରାଲ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବା ନେଇ ଶ୍ରୀମନ୍ଦିର ପରିସରର ସୁରକ୍ଷା ବ୍ୟବସ୍ଥାକୁ ନେଇ କଡ଼ା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର