ଏଚଆଇଭି ସଂକ୍ରମିତ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଭିଜନ ସଂସ୍ଥାର ନିର୍ଦ୍ଦେଶକ ଗିରଫ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭିଜନ ସଂସ୍ଥାର ନିର୍ଦ୍ଦେଶକ ଜଣେ ଏଚଆଇଭି ସଂକ୍ରମିତ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ସୋମବାର ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ନାମ ସରୋଜ ଦାସ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ ଭବାନୀପାଟଣାରେ ଏଚଆଇଭି ସଂକ୍ରମିତ ପିଲାଙ୍କୁ ନେଇ ଏକ ଆଶ୍ରମ କରିଛନ୍ତି। ଏହି ଆଶ୍ରମର ନାମ ପ୍ରୟାସ ରଖିଥିବା ଜଣାପଡ଼ିଛି। ତେବେ ବଲାଙ୍ଗୀରରୁ ଆସିଥିବା ଜଣେ ଏଚଆଇଭି ସଂକ୍ରମିତ ନାବାଳିକା ସହିତ ସେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ବଲାଙ୍ଗୀର ଡିସିପିିଓଙ୍କୁ ଖବର ଦିଆଯାଇଥିଲା। ଏହାପରେ କଳାହାଣ୍ଡି ପୁଲିସକୁ ଏହି ଘଟଣା ସମ୍ପର୍କରେ ଜଣାଯିବା ପରେ ସେମାନେ ଟାଉନ୍‌ ଥାନାକୁ ଜଣାଇଥିଲେ। ପୁଲିସ ୧୬୧ ଓ ୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ସରୋଜ ଦାସଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର