କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନାର କାର୍ଯ୍ୟକାରୀତା ତଦାରଖ ଲାଗି ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ଇଚ୍ଛାପୁର ଶ୍ୟାମଗୁଡିଆରେ ନିର୍ମାଣଧିନ ମାତୃ ଓ ଶିଶୁ ଚିକିତ୍ସାଳୟକୁ ରାଜ୍ୟ ସରକାରଙ୍କ ୫ଟି ସଚିବ ସଚିବ ଭି.କେ.ପାଣ୍ଡିଆନ ପରିଦର୍ଶନରେ କରିଥିଲେ। ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ପ୍ରସୂତି ବିଭାଗ, ମହିଳା ଓ ଶିଶୁ ବିଭାଗ, ପୁରୁଷ ସର୍ଜରୀ ବିଭାଗ, ପାଥୋଲ୍ୟାବ୍ ଆଦି ବୁଲି ଦେଖିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପରିଦର୍ଶନ ପରେ ଚିକିତ୍ସାଳୟର ଗ୍ରାଉଣ୍ଡ ଫ୍ଲୋରର ବାକିଥିବା କାମକୁ ଆସନ୍ତା ୪ ମାସ ମଧ୍ୟରେ ନିର୍ମାଣ କରି ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ଭି.କେ ପାଣ୍ଡିଆନ୍ଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।
୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରପଡାଗସ୍ତ ପରେ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି, ୨୦୨୦ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶାମଗୁଡିଆଠାରେ ନିର୍ମାଣାଧୀନ ଶିଶୁ ଓ ମାତୃମଙ୍ଗଳ ସ୍ୱାସ୍ଥ୍ୟକେନ୍ଦ୍ରର ତଳ ମହଲା ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ଓପିଡି ଓ ଡାଇଲିସିସ୍ ସେଣ୍ଟରର ସମସ୍ତ ଆବଶ୍ୟକତା କିପରି ପୂରଣ ହେବ ସେ ନେଇ ବ୍ୟବସ୍ଥା କରାଯିବ।