ବନ୍ଦର ଇଲାକାରେ ଅନ୍ଧାରୀ ଜୀବନ କାଟୁଛନ୍ତି ୧୫୦ ପରିବାର : ଡିବି ଆଲୁଅ ଭରସାରେ ଥିବା ୩୦୦ ଭୋଟରଙ୍କ ଭୋଟ ବର୍ଜନ ଚେତାବନୀ

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ସର୍ବବୃହତ ପ୍ରକଳ୍ପ ଧାମରା ବନ୍ଦର କମ୍ପାନୀର ଉଜ୍ଜ୍ବଳ ଆଲୋକରେ ସାରା ଅଂଚଳ ଝଳମଲ କରୁଥିବା ବେଳେ ବନ୍ଦର ଠାରୁ ମାତ୍ର ୪କିମି ଦୂରରେ ଅନ୍ଧାରୀ ଜୀବନ କାଟୁଛନ୍ତି ୧୫୦ ପରିବାର । ଚାନ୍ଦବାଲି ବ୍ଳକକୁ ସବୁଠୁ ବିକଶୀଳ ବ୍ଲକରେ ପରିଣତ କରିବା ପାଇଁ ସରକାର ହଜାର ହଜାର କୋଟି ଟଙ୍କାର ଅନୁଦାନ ଘେଷଣା କରିଛନ୍ତି । ହେଲେ ବନ୍ଦର ଇଲାକାରେ ଏବେ ବି ଲୋକେ ଅନ୍ଧାରୀ ଜୀବନ କାଟୁଛନ୍ତି।  ଏ କେଉଁ ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ ଚାନ୍ଦବାଲି ବ୍ଲକ ଧାମରା ବନ୍ଦର ଇଲାକା ଠାରୁ ମାତ୍ର ୪କିମି ଦୂରରେ ଅବସ୍ଥିତ ବାଂଶଡ଼ା ପଂଚାୟତ ବଳିହାରପୁର ଗାଁ । ଗାଁରେ ଲୋକେ କାଟୁଛନ୍ତି ଅନ୍ଧାରୀ ଜୀବନ । ଗାଁକୁ ନା ବିଜୁଳି ଲାଇଟ୍ ଅଛି ନା ପିଇବା ପାଇଁ ପାଇପ ପାଣି । ୩କିମି ଦୈଘ୍ୟ ଏହି ଗାଁରେ ୫ଶହରୁ ଅଧିକ ଲୋକେ ବାସ କରୁଥିବା ବେଳେ ଭୋଟରଙ୍କ ସଂଖ୍ୟା ୩ ଶହ । ଏ ମାନଙ୍କ ମଧ୍ୟରେ ୧୦ ଆଦିବାସୀ ପରିବାର , ୧୦ ଦଳିତ ପରିବାରଙ୍କ ସମେତ ୪୪ ବି.ପି.ଏଲ.ପରିବାର ବାସ କରିଥାନ୍ତି ।

ଚଳିତ ବର୍ଷ ନୁଆ ଭୋଟର ଭାବରେ ଏହି ଗାଁରେ ୨୫ଜଣ ଯୁବକ ଭୋଟ ଦେବା ପାଇଁ ଯୋଗ୍ୟ ହୋଇଛନ୍ତି । ହେଲେ ଏହି ଗାଁରେ ବିକାଶ ପାଇଁ ଯେମିତି ସରକାର ଆଖି ବୁଜି ଦେଇଛନ୍ତି । ନିର୍ବାଚନ ପରେ ନିର୍ବାଚନ ଗଡ଼ୁଛି ହେଲେ ଗାଁର ବିକାଶ କ୍ଷେତ୍ରରେ .କୌଣସି ରାଜନତାଙ୍କ ଦୃଷ୍ଟି ପଡ଼ୁନାହିଁ । ଗାଁ ସମସ୍ୟାକୁ ନେଇ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଗାଁକୁ ବିଦ୍ୟୁତ କରଣ କରିବା ପାଇଁ ସରକାର ୨୦୦୯ ମସିହାରେ ବିଦ୍ୟୁତ ଖୁଣ୍ଟ ବସାଇଦେଇଥିବା ବେଳେ ଘରକୁ ଘର ମଧ୍ୟ ଲାଇନ ତାର ଟଣାଯାଇଥିଲା । ବହୁ ବର୍ଷ ପରେ ବିଦ୍ୟୁତ ଆଲୋକ ପାଇ ଲୋକଙ୍କ ମନରେ ବହୁ ଖୁସି ଆଣିଦେଇଥିଲା । ହେଲେ ଏବେ ସଂଧ୍ୟା ହେଲେ ଲୋକେ ଡ଼ିବି ଆଲୁଅକୁ ଭରସା କରୁଛନ୍ତି। ପିଲାଛୁଆଙ୍କ ଭବିଷ୍ୟତକୁ ନେଇ କେତେକ ପରିବାର ଗାଁ ଛାଡ଼ି ଦେଇଥିବା ବେଳେ ଆଉ କେତେକ ପରିବାର ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ଚଳିତ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ଗାଁ ମଧ୍ୟରେ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ ଟ୍ରେନ ଲାଇନ କଡ଼େକଡ଼େ ଯାଇଥିବା ବେଳେ ଟ୍ରେନ ଚଳାଚଳ ସମୟରେ ଭାଇବ୍ରେଟ ହୋଇ ବିଦ୍ୟୁତ କଟିଯାଉଥିବା ବେଳେ ଗତ ୩ମାସ ହେବ ଏବେ ଖୁଣ୍ଟ ଉପୁଡ଼ି ପଡ଼ି ଲାଇନ ସମ୍ପୂର୍ଣ୍ଣ ବନ୍ଦହୋଇଯାଇଛି । ଫଳରେ ଲୋକେ ନାହିଁ ନ ଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ।

ଏ ସମ୍ପର୍କରେ ବିଦ୍ୟୁତ ବିଭାଗର ସମସ୍ତ ଉଚ୍ଚପଦାଧିକାରୀଙ୍କୁ ଭେଟିଥିଲେ ହେଲେ ଗାଁକୁ ବିଦ୍ୟୁତ ସଂଯୋଗ ସଠିକ କରିବା ପାଇଁ ୨୫ଲକ୍ଷ ଟଙ୍କା ଜମା କରିବାକୁ ବିଭାଗ ତରଫରୁ କହିଛନ୍ତି । ଗାଁରେ ଅଧାରୁ ଅଧିକ ବିପିଏଲ. ଓ ଅଧିକାଂଶ ଦଳିତ ଆଦାବାସୀ ପରିବାର ହୋଇଥିବା ବେଳେ କାହାରି ଆର୍ଥିକ ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନୁହେଁ ଏପରି ସ୍ଥଳେ ୨୫ଲକ୍ଷ କେଉଁଠୁ ଆଣିବେ ବିଦ୍ୟୁତ ବିଭାଗକୁ ଦେବେ । ଏ ସମ୍ପର୍କରେ ଆମେ ବିଦ୍ୟୁତ ବିଭାଗର ଏସ.ଡ଼ି.ଓ.ଙ୍କ ଯୋଗଯୋଗ କରିବାରେ ସେ କହିଛନ୍ତି ।

ସମ୍ବନ୍ଧିତ ଖବର