ବରଗଡ଼: ମତଦାନ ବେଳେ ଇଭିଏମ୍‌ରେ ତ୍ରୁଟି, ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେଲେ ଲୋକସଭାକୁ ଗଲା ଭୋଟ !

ବରଗଡ଼:  ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୬ରୁ  ଭୋଟଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳାରେ ଭୋଟଦାନ ଚାଲିଥିବା ବେଳେ ଆଜି ବରଗଡ଼ ପୌରାଞ୍ଚଳ ଶକ୍ତିନଗର ବୁଥ୍‌ରେ ଅର୍ଥାତ୍‌ ଓ୍ଵାର୍ଡ ନମ୍ବର ୬ରେ ଇଭିଏମ୍‌ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା। ଭୋଟର ଅଭିଯୋଗ କରିଥିଲେ କି ବିଧାନସଭା ଲାଗି ମତଦେଲେ ତାହା ଲୋକସଭା ପ୍ରାର୍ଥୀଙ୍କୁ ଚାଲିଯାଉଛି।ଏହାକୁ ନେଇ ଭୋଟର  ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବରଗଡ଼ ପୌରାଞ୍ଚଳ ଶକ୍ତିନଗର ବୁଥ୍‌ରେ ଭୋଟ ଯେତେବେଳେ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ତାହା ଲୋକସଭାକୁ ଯାଇଥିବା ମତଦାତା ଦେଖିବାକୁ ପାଇଥିଲେ। ଏହାପରେ ଭୋଟଦାନ କେନ୍ଦ୍ରରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା।

ସୁରକ୍ଷାକର୍ମୀ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଘଟଣା ସମ୍ପର୍କରେ ନିର୍ବାଚନ ଅଧିକରୀଙ୍କୁ ସୂଚନା ଦିଆଯାଇଥିଲା। ପରେ ବରଗଡ଼ ପୌରାଞ୍ଚଳ ଶକ୍ତିନଗର ବୁଥ୍‌ରେ ଅର୍ଥାତ୍‌ ଓ୍ଵାର୍ଡ ନମ୍ବର ୬ରେ ନୂଆ ଇଭିଏମ୍‌ ମେସିନ ବନ୍ଦୋବସ୍ତ କରାଯାଇଥିଲା। ଏହାପରେ ପୁଣି ପୂର୍ବଭଳି ଭୋଟର ମତାଦାନ କରିଥିଲେ। ପରିସ୍ଥିତି ଏବେ ସ୍ୱାଭାବିକ ରହିଛି।

ସମ୍ବନ୍ଧିତ ଖବର