କଟକ:/ଭୁବନେଶ୍ୱର: ପୁରୀ ଓ ଭୁବନେଶ୍ୱର ପରେ ବାତ୍ୟା ଫନି ପ୍ରଭାବରେ କଟକ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲ୍ଲାରେ ବଦ୍ୟୁତ୍ ସେବାର ଭିତ୍ତିଭୂମି ସଂପୂର୍ଣ୍ଣ ରୂପେ ଭୁଷୁଡି ପଡିଛି। ଏହାକୁ ସଜାଡିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିଲେ ବି ପକ୍ରିୟା ମନ୍ଥର ଗତିରେ ଚାଲିଛି। ରାସ୍ତା ଉପରେ ଏବେ ବି ବଡ ବଡ ବିଦ୍ୟୁତ୍ ଖୁଣ୍ଟ ପଡି ରହିଛି। ଏହି ସ୍ଥିିତିକୁ ସୁଧାରିବା ଏହା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି। ତେବେ ଦିନରେ ଯେନେତେନେ ପ୍ରକାରରେ ଲୋକ ରହିଯାଉଛନ୍ତି କିନ୍ତୁ ସଞ୍ଜ ନଇଁଲେ ଅବସ୍ଥା ସଙ୍ଗୀନ ହୋଇପଡୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାତ୍ୟାରେ ଘର କ୍ଷତିଗ୍ରସ୍ତ ହୋଇଥିବା କାରଣକୁ ଅନେକ ପରିବାରର ଏବେ ସାହା ଭରଷା ରାସ୍ତା ବା କେଉଁ ଆଶ୍ରୟ ସ୍ଥଳୀ। ହେଲେ ସେଠାରେ ବି ସୁବିଧା ନଥିବା ଅନେକ ଅଭିଯୋଗ କରିଛନ୍ତି। ପ୍ରବଳ ଗରମ ଲୋକଙ୍କୁ ବ୍ୟତିବ୍ୟସ୍ତ କରୁଛି। ବିଜୁଳିକୁ ତାଳ ଦେଇ ପାଣି ଲୋକଙ୍କୁ ସମସ୍ୟାରେ ପକାଉଛି। ଗୋଟିଏ ନଳକୂପରୁ ଅନେକ ଶହ ଶହ ଲୋକ ପାଣି ନେଉଛନ୍ତି।
କେବେ ସହରକୁ ପାଣି ଆସିବ ଏବଂ ବିଦ୍ୟୁତ ସେବା ସ୍ୱାଭାବିକ ହେବ ତାହାକୁ ନେଇ ଏବେ ଚିନ୍ତାରେ ସହରବାସୀ। ହେଲେ କେବେ ସହରର ପରିସ୍ଥିତି ସ୍ୱାଭାବିକ ହେବ ସେସମ୍ପର୍କରେ କେହି ସଠିକ ଉତ୍ତର ଦେଇପାରୁ ନାହାନ୍ତି।