ଖରିଆର ରୋଡ଼ ସହର ଭିତରେ ବୁଲୁଛନ୍ତି ୩ଟି ଭାଲୁ, ଲୋକେ ଭୟଭୀତ

ନୂଆପଡ଼ା: ଖରିଆର ରୋଡ଼ ସହର ଭିତରକୁ ଶିନିବାର ରାତି ପ୍ରାୟ ୮ଟାରେ ୩ଟି ଭାଲୁ ପଶିଆସିଥିଲେ। ଭାଲୁମାନେ ଦୀଘ ସମୟ ଧରି ଆତଙ୍କ ଖେଲଇଥିଲେ। ପରେ ବନବିଭାଗ ଭାଲୁକୁ ଘେଡ଼ାଇବା ପାଇଁ ଉଦ୍ୟମ କରିଛନ୍ତି। ଖବରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ସମୟରେ ଖରିଆର ରୋଡ଼ ସହର ତଥା ୩୫୩ ନଂ ଜାତୀୟ ରାଜପଥରେ ପ୍ରାୟ ୨ଘଣ୍ଟା ଧରି ବୁଲୁଥିବା ଦେଖିବାକୁ ମିଲିଛି। ମା’ ଭାଲୁ ୨ଛୁଆ ସହ ବୁଲୁଥିବାରୁ ଲୋକେ ଭୟ କରୁଛନ୍ତି।

ଭାଲୁମନେ ସାଲିହା ଜଙ୍ଗଲରୁ ପ୍ରାୟ ସମୟରେ ସହର ମୁହାଁ ହୋଇଥାନ୍ତି। ପାଖରେ ପଥର ବ୍ଲାଷ୍ଟିଂ ହେଉଥିବା ବେଳେ ବର୍ତ୍ତମାନ ଗାଁ ମାନଙ୍କରେ ଥିବା ପିଜୁଳି ଗଛ ମାନଙ୍କରୁ ପିଜୁଳି ଖାଇବା ପାଇଁ ଭାଲୁ ଗାଁ ତଥା ସହର ମୁହାଁ ହେଉଛନ୍ତି। ଆଜି ସହରର ଗୋପବନ୍ଧୁ ହାଇସ୍କୁଲ ପାଖାପାଖି ୨ ଛୁଆ ସହ ମାଇ ଭାଲୁ ବୁଲୁଥିବା ଲୋକେ ଦେଖି ଭିଡିଓ କରିଥିଲେ। ପରେ ବନ ବିଭାଗକୁ ଖବର ଦେବାପରେ ବନ ବିଭାଗୀୟ କର୍ମଚାରି ଆସିବା ବେଳକୁ ଭାଲୁଟି ଜଙ୍ଗଲମୁହାଁ ହୋଇ ସାରିଥିଲା। ପାଖରେ ଜଙ୍ଗଲ ଥିବା ବେଳେ ଲୋକଙ୍କୁ ସଜାଗ ରହିବା ପାଇଁ ବନ ବିଭାଗ ସଚେତନ କରୁଛି। ୱାର୍ଡ ନଂ ୧୯ରେ ଭାଲୁକୁ ଦେଖି ପଡ଼ାବାସୀ ଭୟରେ କବାଟ ଦେଇ ଘରରେ ରହିଛନ୍ତି।

ସମ୍ବନ୍ଧିତ ଖବର