ଚୋରି ଅଭିଯୋଗରେ ମହିଳା ଗିରଫ

ବରଗଡ଼: ବୁଧବାର ଦିନ ସାଢେ ୧୦ଟା ବେଳେ ସ୍ଥାନୀୟ ମିନି ଷ୍ଟାଡିୟମ ନିକଟସ୍ଥ ଗୋଟିଏ ଘରୁ ଚୋରି ଉଦ୍ୟମ କରୁଥିବା ବେଳେ ଜଣେ ମହିଳା ଗିରଫ ହୋଇଛନ୍ତି। ଅଭିଯୁକ୍ତ ମହିଳାଙ୍କ ନାମ ବିରୋଧୀ ମୋଦି। ସଂପୃକ୍ତ ମହିଳା ଜଣକ ଡିଲେଶ୍ୱରୀ ମଟୁଓ୍ଵାନି ନାମ୍ନୀ ଜଣେ ମହିଳାଙ୍କ ଘରକୁ ପଶି ଆଲମିରା ଖୋଲିଥିଲେ। ଆଲମିରା ଭିତରୁ ଚୋରି କରୁଥିବା ବେଳେ ଘର ମାଲିକାଣୀ ତାଙ୍କୁ କାବୁ କରିଥିଲେ। ପରେ ସେ ଟାଉନ୍‌ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର