ଲକ୍ଷ୍ମୀପୁର: ମୋ ସ୍ତ୍ରୀକୁ ତୋ ସ୍ୱାମୀ ଉଠାଇ କି ନେଇଯାଇଛି। ତୁ ତୋ ସ୍ୱାମୀଙ୍କୁ ଲୁଚାଇ ରଖିଛୁ। କିଛି ନବୁଝି ନସୁଝି ଜଣେ ୫୦ ବର୍ଷୀୟା ମହିଳାଙ୍କୁ ବିଲରେ କାମ କରିବା ସମୟରେ ଏପରି କହିବା ସହ ନିର୍ଧୁମ ମାଡ ମାରିଛନ୍ତି ଜଣେ ପୁରୁଷ। ମହିଳା ଜଣଙ୍କ ଗୁରୁତର ଆହତ ହୋଇ ଗାଁରେ ମଧ୍ୟ ଅଭିଯୋଗ କରିଥିଲେ। ଗାଁରେ କୁଳପଞ୍ଚାୟତ ବି କରାଗଲା କିନ୍ତୁ ସେଠି ମଧ୍ୟ ମିଳିଥିଲା ହତ୍ୟା ଧମକ। ମହିଳାଙ୍କୁ ଶେଷରେ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହେବାକୁ ପଡ଼ିଛି।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୋୟାପୁଟ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛିା ଲକ୍ଷ୍ମୀପୁର ଆଇଆଇସି ଗୌରହରି ସାହୁଙ୍କ ସୂଚନା ମୁତାବକ ତୋୟାପୁଟ ଗାଁର ହିରାମଣୀ ମିଣିଆକା ବୁଧବାର ବିଲରେ କାମ କରୁଥିବା ସମୟରେ ସେହି ଗାଁ ଉଦୟ ହିକକା ନାମକ ପୁରୁଷ ବିଲରେ ପହଞ୍ଚି ତୋ ସ୍ୱାମୀ ମହୁ ମିଣିଆକାଙ୍କୁ ତୁ କୁଆଡେ ଛୁପାଇକି ରଖିଛୁ। ତୋ ସ୍ୱାମୀ ମୋ ସ୍ତ୍ରୀ ଉତ୍ତମେ ହିକକାକୁ ଉଠାଇ କି ନେଇ ଯାଇଛି। ତୁ ସବୁ ଜାଣି ନାଟକ କରୁଛୁ। ଏପରି ବିଭିନ୍ନ ଭାଷାରେ ଗାଲିଗୁଲଜ କରିବା ସହ ଏକ ଠେଙ୍ଗାରେ ନିର୍ଧୁମ ପିଟିଥିଲା। ଗୁରୁତ୍ୱର ଆହତ ହୋଇ ହିରାମଣୀ ଘରକୁ ଚାଲିଯିବା ପରେ ମଧ୍ୟ ଗାଁରେ ଆସି ପୁଣି ମାଡ ମାରିବା ସହ ତାଙ୍କ ଘରର ଆଜବେଷ୍ଟଗୁଡିକ ଭାଙ୍ଗିବା ସହ ତାଙ୍କ ମୋବାଇଲ୍ ମଧ୍ୟ ଟାଣିକି ନେଇଯାଇଥିଲାା
ଏତେସବୁ ଘଟଣା ଘଟିବା ସମୟରେ ହିରାମଣୀଙ୍କ ସ୍ୱାମୀ ବିଏସଏନ୍ଏଲ୍ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଯୋଗୁଁ ଜାଣିପାରି ନଥିଲେ। ଅନ୍ୟ ପଟେ ଏନେଇ ଏକ କୁଳପଞ୍ଚାୟତ ମଧ୍ୟ କରାଯାଇଥିଲା ଓ ସେଠାରେ ମଧ୍ୟ କୌଣସି ସମାଧାନ ହୋଇ ନଥିବା ବେଳେ ଓଲଟା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସକାଶେ ଧମକ ମିଳିବା ପରେ ମହିଳା ଜଣକ ଗୁରୁବାର ଥାନାରେ ଦ୍ୱାରସ୍ଥ ହୋଇଛନ୍ତିା
ଉଦୟ ହିକକାଙ୍କ ସ୍ତ୍ରୀ ତାଙ୍କ ଉତ୍ତମେ ହିକକା ତାଙ୍କ ବାପଘର ଗାଁକୁ ଚାଲିଯାଇଥିବା ଜଣାପଡିବା ପରେ ମଧ୍ୟ ମହିଳାଙ୍କୁ ହତ୍ୟା ଭଳି ଧମକ ଦେବା ପଛରେ କାରଣ କଣ ତାହା ଜଣାପଡୁନଥିବା ବେଳେ ବର୍ତମାନ ମହିଳା ଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଥିବା ଆଇଆଇସି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/laxmipur.jpg)