କାମିନୀ ଆତ୍ମହତ୍ୟା ମାମଲା: ପ୍ରେମ, ଦୈହିକ ସମ୍ପର୍କ ପରେ ପ୍ରତାରଣା ଯୋଗୁଁ ଆତ୍ମହତ୍ୟା କରିଥିଲେ କାମିନୀ, ଅଭିଯୁକ୍ତ ପ୍ରେମିକ ଗିରଫ

ଅଭିଯୁକ୍ତ ପ୍ରେମିକ ଗିରଫ

ଘୁ.ଉଦୟଗିରି: ପ୍ରଥମେ ପ୍ରେମ ପରେ ଦୈହିକ ସମ୍ପର୍କ। ତା’ପରେ ପ୍ରତାରଣା ଯୋଗୁଁ ଜଣେ ମହିଳା ନିଜ ଜୀବନ ହାରିଛନ୍ତି। ନିଜର ଦୁଇ ପୁଅ ଝିଅଙ୍କୁ ଅନାଥ କରି ନିଜ ବେକରେ ନିଜ ଚୁନିରୀ ଲଗେଇ ଆତ୍ମହତ୍ୟା କରିଛନ୍ତି ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତ ସିରକି ଗ୍ରାମର କାମିନୀ ପ୍ରଧାନ। ସମଗ୍ର ଅଂଚଳରେ ଗଣେଶ ପୂଜା ଧୁମଧାମରେ ପାଳନ ଚାଲିଥିବା ବେଳେ କାମିନିକୁ ଡାକିଥିଲେ ସିରକି ଗାଁ ନିକଟ ନାଣ୍ଡା ଜଙ୍ଗଲର ପେଟାଗାଡୁ ପାହାଡ଼କୁ ତାଙ୍କ ପ୍ରେମିକ ବୁଦ୍ଧିସପ୍ତ ମହାନ୍ତି। ଜଙ୍ଗଲ ଭିତରେ ଥିବା ଏକ ପଥର ଉପରେ ଦୁହେଁ ବାର୍ତ୍ତାଳାପ କରିବା ସହ କିଛି ଖାଦ୍ୟ ମିଶି ଖାଇଥିଲେ। ତା’ପରେ ଦୈହିକ ସମ୍ପର୍କ ରଖିଥିଲେ।

କାମିନୀ ନିଜ ପ୍ରେମିକକୁ ବିବାହ କରିବା ନିମନ୍ତେ କହିବା ପରେ ପ୍ରେମିକ ବୁଦ୍ଧିସପ୍ତ ରୋକ ଠୋକ ମନାକରିଦେଇ କହିଥିଲା ତୋର ଦୁଇଟି ପିଲା ତୋତେ ମୁଁ ବାହା ହୋଇପାରିବିନି। ଏହାପରେ ଚାଲିଲା ପାଟିତୁଣ୍ଡ। ପ୍ରେମିକ ବୁଦ୍ଧିସପ୍ତ ପଥର ଉପରେ ବିଶ୍ରାମ ନେଉଥିବା ବେଳେ କାମିନୀ ଚାଲିଲା ପାଖରେ ଥିବା ଏକ ଜଙ୍ଗଲ ଭାଲିଆ ଗଛରେ ନିଜ ଚୁନିରୀ ନିଜ ବେକରେ ଲଗେଇ ଆତ୍ମହତ୍ୟା କରିଥିଲେ । ଏହି ସମୟରେ ପାଖରେ ଥିବା ପ୍ରେମିକ ବୁଦ୍ଧିସପ୍ତ ବଞ୍ଚେଇବାକୁ ଚେଷ୍ଟା କରିଥିଲେ ହେଲେ ପାରିନଥିଲେ। ତା’ପରେ କାମିନୀ ସେହି ସ୍ଥାନ ଛାଡି ପଳେଇ ଯାଇଥିଲେ।

ଦୁଇ ଦିନ ପୂର୍ବରୁ ଏହି ଆତ୍ମହତ୍ୟା ଘଟଣା ଘଟିଥିଲା। ଖବର ପାଇ ତା’ପରଦିନ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଫୁଲବାଣୀରୁ ସାଇଣ୍ଟିଫିକ ଟିମ ସହ ଅନୁସନ୍ଧାନି କୁକୁର ଆଣି ତଦନ୍ତ କରିବା ସହ ଶବ କାଢି ବ୍ୟବଛେଦ କରିବା ବ୍ୟବସ୍ଥା କରିଥିଲା। ସେଇ ଦିନ ଥାନାରେ ଲକ୍ଷ୍ମୀକାନ୍ତ ପ୍ରଧାନ ନାମକ ଜଣେ ଯୁବକ ପହଞ୍ଚି ଏହି ଆତ୍ମହତ୍ୟା ଘଟଣା ସଂପର୍କରେ ପୁଲିସକୁ ସୁରାକ ଦେଇଥିଲେ। ଘଟଣା ଦିନ ଉକ୍ତ ଯୁବକ ଏକ ବାଇକରେ ବସେଇ ନେଇ ଜଙ୍ଗଲ ରାସ୍ତାରେ ଛାଡିଥିଲେ। ବୁଦ୍ଧିସପ୍ତ କହିଥିଲା, ମୋତେ ଭୋକ ହେଲାଣି ହୋଟେଲରୁ କିଛି ଖାଇବାକୁ ଆଣିଦେ। ଲକ୍ଷ୍ମୀକାନ୍ତ ଖାଇବା ଏବଂ ପାଣି ଆଣିଦେଇଥିଲା ଏବଂ ବାଇକ ଧରି ପଳେଇ ଆସିଥିଲା। ଏହା ପୂର୍ବରୁ ଗତ ଏକ ତାରିଖରେ ବୁଦ୍ଧିସପ୍ତ ପ୍ରେମିକା କାମିନୀକୁ ନିଜ ଗେରେଜକୁ ନେଇ ରାତିରେ ରଖିଥିଲା।

ଗତ ଦୁଇ ବର୍ଷ ହେଲା ବୁଦ୍ଧିସପ୍ତ ଏବଂ କାମିନୀ ମଧ୍ୟରେ ସମ୍ପର୍କ ରହିଥିଲା। ପ୍ରେମ ମଧ୍ୟରେ ଦୈହିକ ସମ୍ପର୍କ ବିବାହର ପ୍ରତିଶୁତି ଦେଇ ପ୍ରତାରଣା କରିଥିବା ଏବଂ କାମିନୀ ଆତ୍ମହତ୍ୟା କରିବା ପରେ ପୁଲିସ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୁଦ୍ଧିସପ୍ତ ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ଥାନୀୟ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଏହି ମାମଲାର ତଦନ୍ତ ଭାର ନେଇଛନ୍ତି।

ସମ୍ବନ୍ଧିତ ଖବର