ନବରଙ୍ଗପୁର: ମାଟି ଅତଡା ଧସି ମହିଳା ମୃତ

ନବରଙ୍ଗପୁର: ସଦର ଥାନା ଅନ୍ତର୍ଗତ ସିଉନି ପଂଚାୟତର ଭିମାଗୁଡା ନଦୀ କୂଳରେ ଦାମନାଗୁଡା ଗ୍ରାମରେ ଗୁରୁବାର ମାଟି ଅତଡା ଖସିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ନୀଳ ଭତ୍ରା (୫୦) ବୋଲି ସୂଚନା ମିଳିଛି। ମାଟି ସଂଗ୍ରହ କରିବା ବେଳେ ହଠାତ୍‌ ମାଟି ଅତଡା ଧସି ଥିଲା। ନୀଳ ଭତ୍ରା ମାଟି ତଳେ ଚାପି ହୋଇ ଯାଇଥିଲେ। ସେ ଶ୍ୱାସରୁଦ୍ଧ ହୋଇ ଯାଇଥିଲେ। ଖବର ପାଇ ନବରଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

 

 

ସମ୍ବନ୍ଧିତ ଖବର