ଇଣ୍ଟରସିଟିରେ କଟି ମହିଳା ମୃତ

ରାଜଗାଙ୍ଗପୁର: ଗଡ଼ପୋଷ ଷ୍ଟେସନରେ ଇଣ୍ଟରସିଟି ଟ୍ରେନ୍‌ରେ କଟି ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ କଟକ ଖଜୁରିଆପଡ଼ା ଗ୍ରାମର ସନ୍ତୋଷ ପରମାଣିକଙ୍କ ପତ୍ନୀ ଶାନ୍ତିଲତା ପରମାଣିକ(୪୭)। ମିଳିଥିବା ସୂଚନାରୁ ପ୍ରକାଶ ଗତକାଲି ସନ୍ତୋଷ ନିଜର ପତ୍ନୀ ଶାନ୍ତିଲତାଙ୍କ ସହ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଟ୍ରେନ୍‌ରେ କଟକରୁ ରାଉରକେଲାସ୍ଥିତ ନିଜର ଜଣେ ସଂପର୍କୀୟଙ୍କ ଘରକୁ ଆସୁଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୮ଟା ସମୟରେ ଟ୍ରେନ୍‌ଟି ଗଡ଼ପୋଷ ଷ୍ଟେସନରେ ଅଟକିବା ସମୟରେ କୌଣସି କାରଣରୁ ଶାନ୍ତିଲତା ତଳକୁ ଖସିପଡ଼ିଥିଲେ ଏବଂ ଟ୍ରେନ୍‌ ଚକରେ କଟିଯାଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ଆଜି ରାଜଗାଙ୍ଗପୁର ରେଳବାଇ ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ମୃତକଙ୍କ ଆତ୍ମୀୟସ୍ୱଜନ ମହଲରେ ଶୋକର ଛାୟା ଖେଳାଇଦେଇଛି।

ସମ୍ବନ୍ଧିତ ଖବର