ରାୟଗଡ଼ା-କୋରାପୁଟ ଜାତୀୟ ରାଜପଥରେ ଅଟୋ-କାର ମୁହାଁମୁହିଁ, ମହିଳା ମୃତ

ରାୟଗଡ଼ା: କୋରାପୁଟରୁ ରାୟଗଡ଼ା ସଂଯୋଗ କରୁଥିବା ଜାତୀୟ ରାଜପଥରେ ବୁଧବାର ଏକ ଆନ୍ଧ୍ର କାର ଏବଂ ଅଟୋ ମୁହାଁମୁହିଁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର ଫୁଲକଣା ନିକଟରେ ଅଟୋ (ଓଆର୍‌ ୧୦ ଜେ ୩୦୨୯)କୁ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଇନୋଭା (ଏପି ୩୧ବିଏଚ୍‌ ୨୨୨୨) ଶକ୍ତ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଜଣେ ମହିଳା ଆହତ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି।

ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଂଞ୍ଚି ଦୁଘ୍ରଟଣାଗ୍ରସ୍ତ କାର୍‌ ଏବଂ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକେ ଏକତ୍ର ହୋଇଥିଲେ। ସେମାନେ ଏବାବଦରେ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଲରେ ପହଂଚିଥିଲା।

ସମ୍ବନ୍ଧିତ ଖବର