ଅନୁଗୁଳ: ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ହନୁମାନ ବଜାରରେ ଜଣେ ମହିଳାଙ୍କ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଉଛନ୍ତି ୩୪ ବର୍ଷୀୟା ନନ୍ଦିନୀ ନାୟକ ଓ ତାଙ୍କ ଘର ଉଚ୍ଚାପଡ଼ା ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣକ ତାଙ୍କ ସମ୍ପର୍କୀୟଙ୍କ ସହିତ ଏକ ବାଇକରେ ୩ିଜର ୪ ବର୍ଷୀୟା ଝିଅକୁ ନେଇ ଡକ୍ତିରଖାନାରୁ ଫେରୁଥିଲେ। ତେବେ ହନୁମାନ ବଜାର ନିକଟରେ ଏକ ଟ୍ରଲର ସେମାନଙ୍କୁ ଅତିକ୍ରମ କରୁଥିବା ବେଳେ ମହିଳାଜଣକ ବାଇକ୍‌ରୁ ଖସି ପଡ଼ିଥିଲେ। ଫଳରେ ଟ୍ରଲରର ପଛ ଚକ ତାଙ୍କ ଉପରେ ଚଢ଼ି ଯାଇଥିଲା ଓ ତାଙ୍କୁ ପ୍ରାୟ ୧୦୦ ଫୁଟ ଘୋଷାରି ନେଇ ତାଙ୍କ ଶରୀରକୁ ୩ ଖଣ୍ଡ କରିଦେଇଥିଲା। ବାଇକରେ ଥିବା ତାଙ୍କ କୁନି ଝିଅ କିମ୍ବା ସମ୍ପର୍କୀୟଙ୍କର କୌଣସି କ୍ଷତି ହୋଇ ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଛିି।

ସମ୍ବନ୍ଧିତ ଖବର