ବିବାହର ପ୍ରତିଶ୍ରୁତି ଦେଇ ଡାକ୍ତରାଣୀଙ୍କୁ ପ୍ରତାରଣା, ଥାନାରେ ଅଭିଯୋଗ
ତୁମୁଡିବନ୍ଧ: ଜଣେ କାର୍ଯ୍ୟରତ ମହିଳା ଡାକ୍ତରାଣୀଙ୍କୁ ମେଡିକାଲ ବିପିଏମ ବିବାହର ପ୍ରତିଶୃତି ଦେଇ ପରେ ପ୍ରତାରଣା କରି ହତ୍ୟା ଧମକ ଦେଇଥିବା ନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡକ୍ଟର ପ୍ରଜ୍ଞାରାଣୀ ନାୟକ ଏହି ଅଭିଯୋଗ ଆଣିଛନ୍ତି। ଏବେ ସେ କିଛି ମାସ ତଳେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡେପୁଟେସନରେ ଆସିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଜ୍ଞାରାଣୀ ନାୟକ ୨୦୧୭ ମସିହା ଠାରୁ ମେଡିକାଲରେ କାର୍ଯ୍ୟରତ। ବିପିଏମ ଅମୂଲ୍ୟ କୁମାର ପାଣିଗ୍ରାହୀ ବିବାହର ପ୍ରତିଶୃତି ଦେଇ ତାଙ୍କୁ ଆଜି ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ହୋଇଛି। ହେଲେ ଅମୂଲ୍ୟ ବର୍ତ୍ତମାନ ବିବାହ କରିବାକୁ ମନା କରିଦେବା ସହ ତୁମେ ହରିଜନ ଲୋକ ମୁଁ ତମକୁ ବିବାହ କରିପାରିବିନି କି ଆମ ଘର ଲୋକ ତମକୁ ଗ୍ରହଣ କରିବେନି ବୋଲି ରୋକଠକ ମନା କରିଥିଲେ। ଏପରିକି ବିବାହ ପାଇଁ ଅଧିକ ଚାପ ପକାଇଲେ ତମକୁ ଜୀବନରେ ମରିଦେବି ବୋଲି ମଧ୍ୟ ଧମକ ଦେଇଛନ୍ତି।
ଧମକ ଦେବା ସହ ବିବାହ ପାଇଁ ମନା କରିଦେବାରୁ ଡକ୍ତରାଣୀ ପ୍ରଜ୍ଞାରାଣୀ ନାୟକ ଥାନାରେ ଏତଲା ଦେଇଛନ୍ତି। ଏତଲା ଭିତିରେ ପୁଲିସ ମାମଲା ରୁଜୁ କରି ବିଭିନ୍ନ ଦଫାରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏହି ଘଟଣାର ତଦନ୍ତ ଡିଏସପି ଟି.ଡି.ଆର ପଟ୍ଟନାୟକ କରୁଥିବା ଜଣାପଡ଼ିଛି ।