ଢେଙ୍କାନାଳ: କୁଲେଇ ଠାରେ ଟିପର-ବାଇକ ଧକ୍କାରେ ମହିଳା ମୃତ

କାମାକ୍ଷାନଗର: କୁଲେଇ ରାଣା କମ୍ପାନୀ ରାସ୍ତା ନିକଟରେ ଟିପର ଧକ୍କାରେ ରବିବାର ପୂର୍ବାହ୍ଣ ୯ଟାରେ ବାଇକରେ ଯାଉଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣକ ଭଉଣୀ ଘର ବସୁଲେଇ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ। ସୁମନା ସାମଲ (୩୦ ବର୍ଷ) ନିଜ ଗାଁ ସନ୍ଥପଡାକୁ ବାଇକରେ ପୁତୁରା ଜିତରଂଜନ ରାଉତ (୨୮ବର୍ଷ)ଙ୍କ ସହିତ ଫେରିଲା ବେଳକୁ ଘଟିଥିଲା ଏହି ଦୁର୍ଘଟଣା ଜ୍ୟୋତିରଂଜନ ଗୁରୁତର ଆହତ ହୋଇ ମଣ୍ଡାପାଳ ମେଡିକାଲରେ ଭର୍ତି ହୋଇଛନ୍ତି। ଖବର ପାଇ ଢେଙ୍କାନାଳ ଜିଲ୍ଲାର ଦାଦାରଘଟି ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ସାହୁ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର