ସୋନପୁର: ଯୁବତୀଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା, ଦୁଷ୍କର୍ମ ସନ୍ଦେହ

ସୋନପୁର: ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବହିରଖମନ ଗ୍ରାନ ନିକଟସ୍ଥ ଏକ ଧାନ ବିଲରେ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଝୁ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ କରାଯାଇଛି। ଯୁବତୀଙ୍କୁ ଦୁଷ୍କର୍ମ କରାଯାଇ କୌଣସି ଧାରୁଆ ଅସ୍ତ୍ରରେ ବେକକୁ ହାଣି ହତ୍ୟା କରାଯାଇଥାଇ ପାରେ ବୋଲି ଚର୍ଚା ହେଉଛି। ଖବର ପାଇ ସୋନପୁର ଏସଡିପିଓ ଭବାନୀଶଙ୍କର ଉଦ୍‌ଗାତା ଓ ତରଭା ଥାନା ଇନ୍ସ୍‌ପେକ୍ଟର ସୁରବାବୁ ଛତ୍ରିଆ ଘଟଣାସ୍‌ତଳରେ ପହଞ୍ଚି ତଦନ୪୍‌ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କେତେକ ଲୋକ ଗାଇ ଚରାଇବାକୁ ବହିରଖବନ ଗ୍ରାମ ନିକଟସ୍ଥ ଜଙ୍ଗଲ ଆଡକୁ ଯାଇଥିବା ବେଳେ ଜଙ୍ଗଲକୁ ଲାଗି ଏକ ଧାନବିଲରେ ଜଣେ ୨୪/୨୪ ବର୍ଷୀୟା ଯୁବତୀଙ୍କ ରକ୍ତାକ୍ତ , ଅର୍ଦ୍ଧଉଲଗ୍ନ ମୃତଦେହ ପଡ଼ିଥିବା ଦେଖି ଗାଁରେ ଆସି କହିଥିଲେ। ଏ ଖବର ତୁରନ୍ତ ତରଭା ଥାନାକୁ ଦିଆଯାଇଥିଲା। ଖବର ପାଇ ଆଇଆଇସି ଶ୍ରୀ ଛତ୍ରିଆ ଓ ଏସଡିପିଓ ଶ୍ରୀ ଉଦ୍‌ଗାତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଯୁବତୀ ଜଣକ କିଲ ତାହା ଜଣାପଡ଼ି ନାହିଁ। ସେ ଏକ କଳାରଙ୍ଗର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି। ପୁଲିସ ଯୁବତୀଙ୍କ ପରିଚୟ ଜାଣିବାକୁ ଆଖପାଖ ଗାଁର ଲୋକଙ୍କୁ ଖବର ଦେଇଛି। ମାତ୍ର କେହି ଯୁବତୀଙ୍କୁ ଚିହ୍ନଟ କରି ପାରି ନାହାଁନ୍ତି। ପାରିପାର୍ଶ୍ୱିକ ଅବସ୍ଥାରୁ ତାଙ୍କ ସହିତ ଦୁଷ୍କର୍ମ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ଯୁବତୀଙ୍କ ପିନ୍ଧି ଥିବା ଡେସ୍‌ ଓ ଅର୍ନ୍ତବାସ ପ୍ରଭୃତି ଛିଡ଼ିଯାଇଥିବାରୁ ଏହାକୁ ଲକ୍ଷ୍ୟ କରି ପୁଲିସ ଏ ପ୍ରକାର ସନ୍ଦେହ କରୁଛି।
ଏ ସମ୍ପର୍କରେ ଏସଡିପିଓ ଶ୍ରୀ ଉଦ୍‌ଗାତା କହିଛନ୍ତି ଯେ ଏହା ନିଶ୍ଚିତ ଏକ ହତ୍ୟାକାଣ୍ଡ। ଯୁବତୀଙ୍କ ନୃଶଂସଭାବେ ହାଣି ହତ୍ୟା କରାଯାଇଛି। ମାତ୍ର ଯୁବତୀଙ୍କ ସହିତ ଦୁଷ୍କର୍ମ ହୋଇଛି କିମ୍ବା ନାହିଁ ,ତାହା ସ୍ପଷ୍ଟ ହୋଇ ନାହିଁ। ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ସବୁ କଥା ସ୍ପଷ୍ଟ ହୋଇ ପାରିବ ବୋଲି ଶ୍ରୀ ଉଦ୍‌ଗାତା କହିଛନ୍ତି।

ସମ୍ବନ୍ଧିତ ଖବର