କଟକ: ମଦଦୋକାନ ଉଚ୍ଛେଦ ଦାବିରେ ମହିଳାଙ୍କ ରାସ୍ତାରୋକ

କଟକ: କଟକ ଜିଲ୍ଲା ବାଙ୍କି ବ୍ଲକ୍‌ ତାଳବସ୍ତ ଗାଁରେ ଥିବା ଏକ ମଦ ଦୋକାନ ଉଛେଦ ଦାବିରେ ମହିଳା ମାନେ ରାସ୍ତାକୁ ଓହ୍ଲାଇଛନ୍ତି। ମଦଦୋକାନ ଯୋଗୁଁ ସାମାଜିକ ଓ ଆର୍ଥିକ ସ୍ଥିତି ଖରାପ ହେଉଥିବା ଅଭିଯୋଗ କରି ଆଜି ମହିଳାମାନେ ତୁରନ୍ତ ଏହି ଗ୍ରାମରେ ଥିବା ମଦଦୋକାନକୁ ସେଠାରୁ ଉଠାଇନେବାକୁ ଦାବି କରିଛନ୍ତି। କେବଳସେତିକି ନୁହେଁ, ମହିଳାମାନେ ଖୋର୍ଦ୍ଧା- ତାଳବସ୍ତ ରାସ୍ତାକୁ ଅବରୋଧ କରି ରାସ୍ତା ଉପରେ ବସ ରହିଛନ୍ତି। ମଦଦୋକାନ ନ ଉଠିଳା ପର୍ଯ୍ୟନ୍ତ ଏହି ରାସ୍ତାରୋକ ଚାଲିବ ବୋଲି ମହିଳାମାନେ କହିଛନ୍ତି।

ସମ୍ବନ୍ଧିତ ଖବର