ସୁନ୍ଦରଗଡ଼:୬୦ ହଜାର ଟଙ୍କା ମୂଲ୍ୟର ସାଇଜ୍‌ କାଠ ଜବତ

ସୁନ୍ଦରଗଡ଼: ଆଜି ସକାଳେ ସୁନ୍ଦରଗଡ଼ ବନ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ସହରରେ ଥିବା ଆଦର୍ଶ ନଗରରେ ଚଢ଼ାଉ କରାଯାଇ ୨୦ ଘନଫୁଟ ସାଇଜ୍‌ କାଠ ଜବତ କରାଯାଇଛି। ଏହି ସାଇଜ୍‌ କାଠର ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଭବାନୀଶଙ୍କର ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଥିବା ବୀର ବିକ୍ରମ ସିଂହଦେଓଙ୍କ ଆଦର୍ଶନଗରସ୍ଥିତ ଘରେ ଚଢ଼ାଉ କରାଯାଇ ଏହି କାଠ ଜବତ କରାଯାଇଛି।

ସମ୍ବନ୍ଧିତ ଖବର