ବାଲେଶ୍ୱର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଶ୍ରମିକ ମୃତ

ବାଲେଶ୍ୱର: ବାଲେଶ୍ୱରସ୍ଥିତ ଡିଆରଡିଓ କ୍ୟାମ୍ପସ୍‌ର ଏମଇଏସରେ ବୁଧବାର ସକାଳେ ଶ୍ରମିକମାନେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣ ଶମ୍ରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଜଣେ ମୃତକଙ୍କ ନାମ ମାଣିକ ଖିଲାର (୪୫) ଓ ଘର ଶ୍ରୀକଣା ପଞ୍ଚାୟତର ଭୟା ଗ୍ରାମରେ ହୋଇଥିବା ବେଳେ ଅନ୍ୟ ମୃତକଙ୍କ ନାମ କୁଶ ଓ ତାଙ୍କ ଘର ପରିଖି ପଞ୍ଚାୟତରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାଲେଶ୍ୱରସ୍ଥିତ ଡିଆରଡିଓ କ୍ୟାମ୍ପସ୍‌ର ଏମଇଏସରେ ଆଜି ସକାଳେ ନିର୍ମାଣ କାର୍ଯ୍ୟ ପାଇଁ ଗାତ ଖୋଳା ଚାଲିଥିଲା। ଏହି ନିର୍ମାଣ କାର୍ଯ୍ୟରେ ମୋଟ ୯ଜଣ ଶ୍ରମିକଙ୍କୁ ନୟୋଜିତ କରାଯାଇଥିଲା। ତେବେ କାମ ଚାଲିଥିବା ସମୟରେ ସେଠାରେ ପଡ଼ିଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ୨ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତଙ୍କ ନାମ ଝୁମୁକି ଖିଲାର, ବିଭୁ ଖିଲାର ଓ ମହେଶ୍ୱର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର