କନ୍ଧମାଳ: ପତ୍ନୀଙ୍କ ସହିତ ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ବେଳେ ଗୋଡ଼ରେ ବାଜିଲା ଗୁଳି, ହସ୍‌ପିଟାଲରେ ଭର୍ତ୍ତି

ଫୁଲବାଣୀ: ଜଙ୍ଗଲରେ ପତ୍ନୀଙ୍କ ସହିତ କାଠ ସଂଗ୍ରହ କରୁଥିବା ବେଳେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସଦର ଥାନା ଅନ୍ତର୍ଗତ ଶଗଡ଼କନ୍ଦି ଗାଁର ସନାତନ କହଁର ଆଜି ପତ୍ନୀଙ୍କ ସହ କାଠ ସଂଗ୍ରହ କରିବା ପାଇଁ ନିକଟସ୍ଥ ସୁଦରେଜୁ ଜଙ୍ଗଲକୁ ଯାଇଥିଲେ। ମାତ୍ର ଦୁଃଖର ବିଷୟ ଯେ, କାଠ ସଂଗ୍ରହ କରି ଘରକୁ ଫେରିବା ପୂର୍ବରୁ ଅଚାନକ ଏକ ଗୁଳି ଆସି ସନାତନଙ୍କ ଗୋଡ଼ରେ ବାଜିଥିଲା। ଫଳରେ ସନାତନ ଟଳି ପଡ଼ିଥିଲେ।

ସ୍ୱାମୀଙ୍କ ଅବସ୍ଥା ଦେଖି ସ୍ତ୍ରୀଙ୍କ ମୁଣ୍ଡ କାମ କରି ନଥିଲା। ତଥାପି ସେ କୌଣସି ପ୍ରକାରରେ ଉଦ୍ଧାର କରି ଫୁଲବାଣୀ ହସ୍‌ପିଲାଟରେ ଭର୍ତ୍ତି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସନାତନଙ୍କ ଅବସ୍ଥା ଭଲ ଅଛି।

ସାନତନଙ୍କ ନିକଟକୁ ଗୁଳି କେମିତି ଆସିଲା, ତାହା ଯଦିଓ ସଠିକ ଭାବରେ ଜଣାପଡ଼ି ନାହିଁ, ତଥାପି ଏହା କୌଣସି ଶିକାରୀ ଦ୍ୱାରା ଘଟିଥାଏ ବୋଲି ଅନୁମାନ କରାଯାଉଛି। କାରଣ ଏହି ଅଂଚଳରେ ବଣ୍ୟଜନ୍ତୁ ଶିକାରୀଙ୍କ ଦୌରାତ୍ମ ବଢ଼ିଛି।

ସମ୍ବନ୍ଧିତ ଖବର