ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼, ଆହତଙ୍କୁ ମେଡିକାଲରେ ଭର୍ତ୍ତି

ବାଲେଶ୍ୱର: ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧିନ ମେଡିକାଲ କଲେଜ ନିକଟରେ ଶନିବାର ରାତି ଏକ ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳିକାଣ୍ଡର ଶିକାର ହୋଇଥିବା ଯୁବକର ନାମ ସମ୍ଭବ ସାହୁ(୨୭)। ଆହତ ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି।

ମିଳିଥିବା ଖବର ଅନୁଯାୟୀ, ସମ୍ଭବଙ୍କର ଘର ରେମୁଣା ଥାନା ଅଧିନ ମନ୍ଦାରପୁର ଗ୍ରାମରେ। ସେ ଆଜି ସନ୍ଧ୍ୟା ପ୍ରାୟ ସାଢେ ୯ ଟାରେ ରେମୁଣା ଗୋଲେଇ ନିକଟ ମେଡିକାଲ କଲେଜସ୍ଥିତ ତାଙ୍କ ମାମୁଙ୍କ ହୋଟେଲରେ ବସିଥିଲେ। ଏହି ସମୟରେ ହଠାତ କିଛି ଦୁର୍ବୃତ୍ତ ସେଠାରେ ପହଂଚି ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।

ସମ୍ଭବଙ୍କ ଡାହାଣ ହାତରେ ଗୁଳି ବାଜିଛି। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ତେବେ ଘଟଣା ପଛର କାରଣ କିଛି ଜଣାପଡିନଥିବା ବେଳେ ସଦର ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଥାଉକି ସମ୍ଭବ ବାଲେଶ୍ୱର ଜିଲ୍ଲା ଯୁବ ବିଜେଡିର ସମ୍ପାଦକ ଦାୟିତ୍ୱରେ ଅଛନ୍ତି।

ସମ୍ବନ୍ଧିତ ଖବର