ବ୍ରଜରାଜନଗରରେ ଯୁବକଙ୍କୁ ଛୁରାମାଡ଼ ପରେ ଡାକ୍ତରଖାନାରେ ମୃତ୍ୟୁ, ବଲାଙ୍ଗୀରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରଜରାଜନଗର/ବଲାଙ୍ଗୀର: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଥାନା ଅନ୍ତର୍ଗତ ଟନେଲ ରୋଡରେ ଆଜି ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ଯୁବକ ଅଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେହିପରି ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଯୋରଖଣ୍ଡିପଡ଼ାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଭାବେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ବ୍ରଜରାଜନଗରସ୍ଥିତ ଟନେଲ ରୋଡରେ ଆଜି ସନ୍ଧ୍ୟା ୬ଟାରେ ଅଜୟ ଯାଦବ ଛିଡ଼ା ହୋଇଥିଲେ। ଏହି ସମୟରେ ବ୍ରିଜେଶ ଯାଦବ ନାମରେ ଜଣେ ବ୍ୟକ୍ତି ଘଟଣାସ୍ଥଳକୁ ପହଞ୍ଚି ଥିଲା। ସେ ଅଜୟଙ୍କୁ ଅଚାନକ ଛୁରା ଦ୍ୱାରା ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଅଳ୍ପ ସମୟରେ ଜଣେ ଯୁବକ ସେଠାକୁ ପହଞ୍ଚିଥିଲେ। ସେ ଅଜୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଅଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ବଲାଙ୍ଗୀରରେ ହୋଲି ଖେଳକୁ ନେଇ ଗଣ୍ଡଗୋଳ ହୋଇଥିଲା। ଟାଉନଥାନା ଅନ୍ତର୍ଗତ ହାତୀଶାଳପଡ଼ାର ଜଣେ ଯୁବକଙ୍କୁ ଅନ୍ୟ ଯୋରଖଣ୍ଡିପଡ଼ାର ୨୦ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର