କନ୍ଧମାଳ: ପାବୁରିଆ ବଜାରରେ ହତ୍ୟାକାଣ୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ଯୁବକଙ୍କୁ ଅତି ଦୟନୀୟ ଭାବେ ହତ୍ୟା କରାଯାଇଛି। ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଚିଦାନନ୍ଦ ନାୟକ (୪୨)ଙ୍କୁ ହତ୍ୟା କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ତେବେ ରିପୋର୍ଟ ଲେଖାହେଲା ବେଳକୁ ସାରଙ୍ଗଡ଼ ପୁଲିସ ପାଖରେ କେବଳ ଖବର ମିିଳିଛି ବୋଲି ସୂଚନା ଦେଇଥିବା ବେଳେ ଜି ଉଦୟଗିରି ଏସଡିପିଓ ଜୟକୃଷ୍ଣ ବେହେରା ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର