କଳାହାଣ୍ଡି: ବଜାରରେ ପରିବା କିଣୁଥିବା ବେଳେ ମାଓବାଦୀଙ୍କ ଗୁଳିମାଡ଼ରେ ଯୁବକ ମୃତ

ଭବାନୀପାଟଣା: ମାଓବାଦୀଙ୍କ ଗୁଳିମାଡ଼ରେ ରବିବାର ଅପରାହ୍ଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ଗାଁରେ ଏହି ଘଟଣା ଘଟିଛି। ବରପଦର ଗାଁର ରାଜେନ୍ଦ୍ର ସାହୁ ଗୁଳିମାଡର ଶିକାର ହୋଇଛନ୍ତି। ଗୁଳିମାଡ଼ ପରେ ଘଟଣାସ୍ଥଳରୁ ମାଓବାଦୀ ଫେରାର ହୋଇଥିବା ବେଳେ ସୂଚନା ପାଇ ବିଜେପୁର ପୁଲିସର ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି।

ସୂଚନା ଅନୁସାରେ ପାହାଡ଼ପଦର ପଞ୍ଚାୟତ ଅଧିନସ୍ଥ ବୋରପଦର ଗ୍ରାମର ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଆଜି ଦିନ ୨ଟା ସମୟରେ ପାହାଡ଼ପଦର ବଜାରରେ ଟମାଟୋ କିଣିବା ସମୟରେ ମାଓବାଦୀ ମାନେ ହତ୍ୟା କରିଥିଲେ। ପୂର୍ବରୁ ମଧ୍ୟ ସେ ମାଓବାଦୀଙ୍କ ଟାର୍ଗେଟରେ ଥିଲୋ ଓ ରାଜେନ୍ଦ୍ରଙ୍କର ବାଇକ ମଧ୍ୟ ଜଳାଇଦେଇଥିଲେ।

କିଛି ଦିନର ନୀରବତା ପରେ ମାଓବାଦୀମାନେ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି। ଦିନଦ୍ୱିପ୍ରହରରେ ବଜାର ଉପରେ ଜଣେ ଯୁବକଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଆଜି ବଜାରରେ ଗୁଳିକାଣ୍ଡ ଘଟିବାର ଅଳ୍ପ ସମୟ ମଧ୍ୟରେ ଲୋକେ ଭୟରେ ପଳାୟନ କରିଥିଲେ।

ସମ୍ବନ୍ଧିତ ଖବର