ୟଙ୍ଗ୍‌ଷ୍ଟାର କ୍ଲବ ଓ ସମ୍ବାଦ-ଆମ ଓଡ଼ିଶାର ରକ୍ତଦାନ ଶିବିର

୧୬୨ ୟୁନିଟ୍‌ ରକ୍ତ ସଂଗୃହୀତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋରା ପଂଚାୟତର ୟଙ୍ଗଷ୍ଟାର କ୍ଲବ ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ଲବ ସଭାପତି ଇଂ. ଗୌରୀଶଂକର ଜେନା, ସଂପାଦକ ତ୍ରିଲୋଚନ ପ୍ରଧାନ, ବରିଷ୍ଠ ସଦସ୍ୟ ତାପସ ମହାନ୍ତି ଓ ବସନ୍ତ ଭଦ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରୁ ୧୬୨ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ମୁଖ୍ୟ ଅତିଥି ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଏହି ଶିବିରକୁ ଉଦ୍‌ଘାଟନ କରିବା ସହିତ ଏଭଳି ମହତ୍‌ କାର୍ଯ୍ୟ ପାଇଁ ଆୟୋଜକବୃନ୍ଦଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

ସମ୍ମାନୀତ ଅତିଥି ଏଏନଏମ୍‌ ରିତାଂଜଳି ଦାସ, ସମାଜସେବୀ ସଂଜୀବ କୁମାର ସାହୁ ଓ ସନାତନ ପ୍ରଧାନ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡା. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଷ୍ଟାଫ୍‌ ନର୍ସ ସ୍ୱାତୀ ସୁଚରିତା ରାଜ୍‌, ଅଜୟ ମହାପାତ୍ର, ବିନୋଦ ବିହାରୀ ଦାସ ଓ ସନ୍ତୋଷ କୁମାର ଜେନା ରକ୍ତ ସଂଗ୍ରହ କରିଥିଲେ। କ୍ଲବର ସଭ୍ୟ ରଂଜନ କୁମାର ମହାନ୍ତି, ଗଦାଧର ବାଗ୍‌, ରତ୍ନାକର ସାହୁ, ନିତ୍ୟାନନ୍ଦ ସାହୁ, ରଂଜନ ସାହୁ, ଯୁବ ବାହିନୀ ଆନନ୍ଦ ବାଗ୍‌ ଓ ‘ସମ୍ବାଦ’ ପ୍ରସାର ବିଭାଗର ସହଯୋଗୀ ବିଂରଜନ ଦାସ ଶିବିରକୁ ପରିଚାଳନା କରିଥିବା ବେଳେ ଉତ୍ତର ଓଡ଼ିଶା ସଂସ୍କରଣର ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ୍‌ଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତ୍ତା ଓ ଭେଲୋରା ବଜାର କମିଟିର ସଦସ୍ୟବୃନ୍ଦ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର