ସମ୍ବଲପୁର: ଗାଧୋଉଥିବା ବେଳେ ମହାନଦୀର ଦ୍ୱିତୀୟ ସେତୁରେ ବୁଡ଼ି ଯୁବକ ମୃତ

ସମ୍ବଲପୁର: ମହାନଦୀର ଦ୍ଵିତୀୟ ସେତୁରେ ରବିବାର ଗାଧୋଉଥିବା ବେଳେ ଜଣେ ଯୁବକ ବୁଡ଼ି ଯାଇଛନ୍ତି। ସୂଚନା ଅନୁସାରେ ହୀରାକୁଦ ଅଂଚଳର ଯୁବକ ସୁବାସ ଚନ୍ଦ୍ର ଦଳେଇ ଆଜି ମହାନଦୀର ଦ୍ୱିତୀୟ ସେତୁକୁ ଗାଧୋଇବାକୁ ଯାଇଥିଲେ। ପାଣିର ସ୍ରୋତରେ ସେ ଭାସି ଯାଇଥିଲେ।

ସୂଚନା ଅନୁସାରେ ସେୟାର ବଜାରରେ କାମ କରୁଥିବା ହୀରାକୁଦର ଯୁବକ ସୁବାସ ଆଜି ଧନକଉଡ଼ାରେ ରହୁଥିବା ନିଜର ସାଙ୍ଗ ସ୍ୱୀକାର ଅଗ୍ରଗଣ୍ୟ ବିକ୍ରମଙ୍କ ଘଣକୁ ବୁଲିବାକୁ ଯାଇଥିଲେ। ସ୍ୱୀକାରଙ୍କ ପୁଅର ଆଜି ଜନ୍ମଦିନ ଥିବାରୁ ସେଠାରେ ସୁବାସ ରହିଯାଇଥିଲେ। ଭୋଜୀଭାତ ଖାଇ ସାରି ସେ ଚାରପୁର ବ୍ରିଜ ଆଡକୁ ଅପରାହ୍ଣ ୪ଟାରେ ବୁଲିବାକୁ ଯାଇଥିଲେ। ସାଥୀରେ ସାଙ୍ଗମାନେ ମଧ୍ୟ ଉପସ୍ଥିତ ଥିଲେ।

ଭୀଷଣ ଗରମ ହେଉଥିବାରୁ ସୁବାଷ ପାଣିକୁ ଓହ୍ଲାଇଥିଲେ। ତାଙ୍କ ସାଥୀରେ ଆକାଶ ମହାନନ୍ଦ (୧୨ ବର୍ଷ) ଥିଲେ। ଏହି ସମୟରେ ସୁବାସ ଭାଷି ଯାଇଥିଲେ। ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ସୁବାସକୁ ଉଦ୍ଧାର କରିଥିଲା। ତାଙ୍କୁ ସମ୍ବଲପୁର ସଦର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲରେ ଡାକ୍ତର ସୁବାସଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର