ଦୁର୍ଘଟଣାରେ ମୃତ ଯୁବକଙ୍କ ଶବ ରଖି ଏନ୍‌ଏଚ୍‌ ଅବରୋଧ

ସୋନପୁର: ସୋନପୁର ଥାନା ସିଙ୍ଗାରୀ ଗ୍ରାମର ମଛିନ୍ଦ୍ର ଭୋଇ ଏବଂ ଅନ୍ୟ ଜଣେ ଯୁବକ ଗଜପତି ପ୍ରଧାନ ମଙ୍ଗଳବାର ସମ୍ବଲପୁରରୁ ବାଇକରେ ଫେରୁଥିବା ବେଳେ ଏକ ଟାଟା ମ୍ୟାଜିକ ଗାଡି ଧକ୍କାରେ ମଛିନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଗଜପତି ଗୁରୁତର ଅହତ ହୋଇ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି।

ବୁର୍ଲାରେ ଶବ ବ୍ୟବଛେଦ ପରେ ବୁଧବାର ମଛିନ୍ଦ୍ରଙ୍କ ଶବ ଘରକୁ ଫେରିଥିଲା ଏହାପରେ ଗ୍ରାମବାସୀ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦାବିରେ ସୋନପୁର- ବାଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଝିଙ୍କିଟିକିରା ନିକଟରେ ରାସ୍ତା ଅବରୋଧ କରିଥିଲେ। ପରେ ଘଟଣାସ୍ଥଳକୁ ସୋନପୁର ତହସିଲଦାର ମଘବାନ ବାଗ, ଅତିରିକ୍ତ ତହସିଲଦାର ପୁରନ୍ଦର ନନ୍ଦ, ଆଇଆଇସି ଶ୍ରୀକାନ୍ତ ତ୍ରିପାଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହିତ ରେଡକ୍ରସରୁ ୫ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର