କରୋନା କା‌ଳର ଛଅ ସଂକଟ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଅଗଷ୍ଟ ୧୯୪୭ରେ ଜନ୍ମ ପରେ ଭାରତୀୟ ରାଷ୍ଟ୍ର ଅନେକ ଥର କଠିନ ଅବସ୍ଥା ଦେଇ ଗତି କରିଛି। ବିଭାଜନ ଯୋଗୁଁ ସୃଷ୍ଟ ଅକଥନୀୟ ଦୁର୍ଦଶା; ୧୯୬୦ର ଯୁଦ୍ଧ ଓ ମରୁଡ଼ି; ସପ୍ତମ ଦଶକରେ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି; ୧୯୮୦ ଶେଷ ଭାଗ ଏବ˚ ୧୯୯୦ ଆଦ୍ୟ ଭାଗର ସା˚ପ୍ରଦାୟିକ ଦଙ୍ଗା।

ତେବେ, ଆମ ଦେଶ ଏବେ ସବୁଠାରୁ ଅଧିକ ଦୁର୍ଦିନ ମଧ୍ୟ ଦେଇ ଗତି କରୁଛି। ‘କୋଭିଡ୍‌-୧୯’ ମହାମାରୀ କାରଣରୁ ଅନ୍ୟୂନ ଛଅଟି ମୁଖ୍ୟ ସ˚କଟ ଦେଖାଦେଇଛି, ଯାହା ନିମ୍ନରେ ପ୍ରଦାନ କରାଗଲା।

ପ୍ରଥମଟି ହେଲା ଚିକିତ୍ସା ଜନିତ ସ˚କଟ। ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଭୂତାଣୁ ଆକ୍ରାନ୍ତଙ୍କ ସ˚ଖ୍ୟା ବଢ଼ିବା ସହ ଆମର ଦୁର୍ବଳ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଅଧିକ ଚାପଗ୍ରସ୍ତ ହୋଇଛି। ମହାମାରୀ ପରିଚାଳନା କ୍ଷେତ୍ରରେ ଧ୍ୟାନ କେନ୍ଦ୍ରୀଭୂତ ହେବା କାରଣରୁ, ଅନ୍ୟ ମୁଖ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯାଇପାରୁନାହିଁ। ହୃଦ୍‌ରୋଗ, ଯକ୍ଷ୍ମା, ଉଚ୍ଚ ରକ୍ତ ଚାପ ଆଦି ଭୋଗୁଥିବା ଲକ୍ଷ ଲକ୍ଷ ଭାରତୀୟ ଏବେ ସହଜରେ ଚିକିତ୍ସା ସେବା ପାଇପାରୁ ନାହାନ୍ତି। ସେମାନଙ୍କୁ ଦେଖିବା ପାଇଁ ଡାକ୍ତରଙ୍କ ଅଭାବ; ଚିକିତ୍ସାଳୟର ମଧ୍ୟ ଅଭାବ। ପ୍ରତ୍ୟେକ ମାସରେ ଜନ୍ମ ହେଉଥିବା ଲକ୍ଷ ଲକ୍ଷ ଶିଶୁଙ୍କ ବାବଦରେ ସବୁଠାରୁ ଅଧିକ ଚିନ୍ତା। ବର୍ଷ ବର୍ଷ ହେଲା ନବଜାତମାନଙ୍କୁ ଏକ ଆନୁଷ୍ଠାନିକ ବ୍ୟବସ୍ଥା ମାଧ୍ୟମରେ ମିଳିମିଳା, ଗାଲୁଆ, ପୋଲିଓ, ଡିପ୍‌ଥେରିଆ ଆଦି ପ୍ରତିଷେଧକ ପ୍ରଦାନ କରାଯାଇଆସୁଛି। ଏବେ ‘କୋଭିଡ୍‌-୧୯’ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିବାରୁ, ବିଭିନ୍ନ ରାଜ୍ୟରେ ଆମର କନିଷ୍ଠତମ ନାଗରିକଙ୍କ ଟିକାକରଣ ବ୍ୟାହତ ହୋଇଥିବା ତଥା ଏହି କାର୍ଯ୍ୟକ୍ରମ ପଛେଇ ଯାଇଥିବାର କ୍ଷେତ୍ରୀୟ ରିପୋର୍ଟ‌୍‌ ମିଳିଲାଣି।

ଦ୍ବିତୀୟରେ ଅର୍ଥନୈତିକ ସ˚କଟ। ମହାମାରୀ, ସର୍ବାଧିକ ନିଯୁକ୍ତି ଦେଉଥିବା କ୍ଷେତ୍ର, ଯଥା- ପର୍ଯ୍ୟଟନ, ଆତିଥ୍ୟ, ବୟନ, ବିମାନ ଚଳାଚଳ ଆଦିକୁ ଗଭୀର ଭାବେ ପ୍ରଭାବିତ କରିଛି। ତାଲାବନ୍ଦୀ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଅସ˚ଗଠିତ କ୍ଷେତ୍ର। ଲକ୍ଷ ଲକ୍ଷ ଶ୍ରମିକ, ଦୋକାନୀ, କାରିଗର କର୍ମ ହରାଇଛନ୍ତି। ‘ସେଣ୍ଟର‌୍‌ ଫର‌୍‌ ମନିଟରି˚ ଦ ଇଣ୍ତିଆନ୍‌ ଇକୋନୋମି’ ସୂତ୍ରରୁ ପ୍ରକାଶ ଯେ, ମାର୍ଚ୍ଚ‌୍ ପ୍ରଥମ ଭାଗରେ ଯେଉଁ ବେକାରି ୭ ପ୍ରତିଶତ ଥିଲା, ଏବେ ତାହା ୨୫ ପ୍ରତିଶତ ପାଖାପାଖି ପହଞ୍ଚିଗଲାଣି। ପଶ୍ଚିମ ଇଉରୋପ୍‌ର ଅପେକ୍ଷାକୃତ ଧନୀ ରାଷ୍ଟ୍ରଗୁଡ଼ିକରେ ଜୀବିକା ହରାଇଥିବା ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି, ଯେପରି ସେମାନେ ସ˚କଟର ମୁକାବିଲା କରିବାରେ ସମର୍ଥ ହେବେ। ଆମ ଭଳି ଦରିଦ୍ର ଦେଶରେ ଜୀବିକା ହରାଉଥିବା ଲୋକଙ୍କୁ ରାଷ୍ଟ୍ର ପକ୍ଷରୁ ଯେଉଁ ସହାୟତା ମିଳୁଛି, ତାହା ସାମାନ୍ୟ ମାତ୍ର।

ତୃତୀୟଟି ଆମ ସମସ୍ତଙ୍କୁ ଆହ୍ବାନ କରୁଥିବା ଭଳି ଏକ ମୁଖ୍ୟ ମାନବୀୟ ସ˚କଟ। ପ୍ରବାସୀମାନେ ଶହ ଶହ କିଲୋମିଟର‌୍‌ ଚାଲିଚାଲି ନିଜ ନିଜ ଗ୍ରାମ ଓ ସହରକୁ ଫେରୁଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଫଟୋ ଓ ଭିଡିଓ ଆଦିରୁ ଏହା ଘଟୁଥିବା ପ୍ରମାଣିତ, ଯାହାକୁ କେହି ଅସ୍ବୀକାର କରିପାରିବେନାହିଁ। ଏକ ଅସ୍ଥାୟୀ ତାଲାବନ୍ଦୀ ଯୋଗୁଁ ମହାମାରୀ ସ˚କ୍ରମଣର ପ୍ରସାର ଉପରେ କିଛିଟା ରୋକ୍‌ ଲାଗିଛି ସତ, ଏହାକୁ ବିଚାରଶୀଳ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ କରାଇଥିଲେ ଅଧିକ ଭଲ ହୋଇଥାଆନ୍ତା। ଭାରତୀୟ ଜନଜୀବନ ବାବଦରେ ସାଧାରଣ ଜ୍ଞାନ ଥିବା ସମସ୍ତେ ଏହା ଭଲ ଭାବେ ଜାଣନ୍ତି ଯେ, ଆମ ଦେଶରେ ଏ ଭଳି ଲକ୍ଷ ଲକ୍ଷ ଲୋକ ଅଛନ୍ତି, ଯେଉଁମାନେ ଘର ଠାରୁ ବହୁତ ଦୂରରେ କାମ କରୁଛନ୍ତି। ସେମାନେ ସମସ୍ତେ ପ୍ରବାସୀ ଶ୍ରମିକ ଏବ˚ ସେମାନଙ୍କ ଆୟ ମଧ୍ୟ ସୀମିତ। ପ୍ରଧାନମନ୍ତ୍ରୀ ତଥା ତାଙ୍କର ପରାମର୍ଶଦାତାମାନେ ଏହା କିପରି ଭୁଲିଗଲେ? ଏକ ସପ୍ତାହ ସମୟ ଦେଇଥିଲେ, ସେମାନଙ୍କ ପାଇଁ ରେଳ, ବସ୍‌ ଆଦି ଚଳାଇଥିଲେ, ଯେଉଁମାନେ ଚାହିଁଥାଆନ୍ତେ ନିରାପଦରେ ଓ ଆରାମରେ ନିଜ ନିଜ ଘରକୁ ଫେରିପାରିଥାଆନ୍ତେ।

ତାଲାବନ୍ଦୀ ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ କରାଯାଇ ନ ଥିବାରୁ, ଏହା ସାର୍ବଜନୀନ ସ୍ବାସ୍ଥ୍ୟ ସ˚କଟ ସୃଷ୍ଟି କରିଥିବା କଥା ବିଶେଷଜ୍ଞମାନେ କହୁଛନ୍ତି। ଜୀବିକା ହରାଇଥିବା ଶ୍ରମଜୀବୀମାନଙ୍କୁ ମାର୍ଚ୍ଚ‌୍ ମଧ୍ୟ ଭାଗରେ ଫେରିବା ପାଇଁ ବ୍ୟବସ୍ଥା କରାଯାଇଥିଲେ, ସେମାନଙ୍କ ମଧ୍ୟରେ ଅପେକ୍ଷାକୃତ କମ୍‌ ସ˚ଖ୍ୟକ ଭୂତାଣୁର ବାହକ ହୋଇଥାଆନ୍ତେ। ଏବେ ଦୁଇ ମାସ ପରେ ବହୁ ବିଳମ୍ବରେ କେନ୍ଦ୍ର ସରକାର ରେଳ ଚଳାଚଳ କରାଇ, ସେମାନଙ୍କୁ ଫେରାଇ ଆଣିବା ବେଳକୁ ସେମାନେ ହଜାର ହଜାର ସ˚ଖ୍ୟାରେ ଭୂତାଣୁ ବାହକ ହୋଇସାରିଲେଣି।

ଦେଶ ଏବେ ସମ୍ମୁଖୀନ ହୋଇଥିବା ସାମାଜିକ ସ˚କଟର ଏକ ମୁଖ୍ୟ ଅ˚ଶ ହେଉଛି ଏହି ମାନବୀୟ ଦୁର୍ଦଶା। ଜାତି, ଧର୍ମ ଓ ବର୍ଗ ଦୃଷ୍ଟିରୁ ଭାରତୀୟ ସମାଜ ଶ୍ରେଣୀ ଭିତ୍ତକ। ଏସବୁକୁ ବିଶେଷତଃ ଧର୍ମକୁ ନେଇ ଗଭୀର ଭାବେ ଭ୍ରାନ୍ତି ମଧ୍ୟ ରହିଛି। ‘କୋଭିଡ୍‌-୧୯’ର ବହୁ ପୂର୍ବରୁ ଏହା ଥିଲା। ତେବେ, ମହାମାରୀର କୁପରିଚାଳନା ଯୋଗୁଁ ଏହା ଅଧିକ ବ୍ୟାପକ ହେବା ସହ ସାମାଜିକ ବ୍ୟବଧାନ ବହୁତ ଅଧିକ ବଢ଼ିଯାଇଛି। ଆମେ ଅଧିକ ବିଭାଜିତ ହୋଇଛେ। ଆର୍ଥିକ ଦୃଷ୍ଟିରୁ ଯେଉଁମାନେ ଅପେକ୍ଷାକୃତ ଦୁର୍ବଳ ଥିଲେ, ସେମାନଙ୍କ ଦୁର୍ଦଶା ଅଧିକ ବଢ଼ିଛି। ଶାସକ ଦଳୀୟ ସା˚ସଦ ଓ ବରିଷ୍ଠ ସରକାରୀ କର୍ମଚାରୀ ମହାମାରୀକୁ ଧର୍ମ ସହ ଯୋଡ଼ି ପରିସ୍ଥିତିକୁ ଅଧିକ ସମ୍ବେଦନଶୀଳ କରିଛନ୍ତି। ଭାରତର ସ˚ଖ୍ୟାଲଘୁ ସ˚ପ୍ରଦାୟ ଏବେ ନିଜକୁ ପୂର୍ବାପେକ୍ଷା ଅଧିକ ଅସୁରକ୍ଷିତ ମନେ କରୁଛନ୍ତି। ମୁସଲମାନଙ୍କ ବିରୋଧରେ ପ୍ରଥମେ ଯେତେବେଳେ ବିଷୋଦ୍‌ଗାର କରାଗଲା, ପ୍ରଧାନମନ୍ତ୍ରୀ ନିରବଦ୍ରଷ୍ଟା ସାଜିଥିଲେ। ମଧ୍ୟ -ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ସମାଲୋଚନା କଲା ପରେ ଯାଇ ଭୂତାଣୁ ଧର୍ମ ଚିହ୍ନେନା ବୋଲି ପ୍ରଧାନମନ୍ତ୍ରୀ ବିବୃତ୍ତି ଦେଲେ। ସେତେ ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ଶାସକ ଦଳର ନେତୃବୃନ୍ଦ ଏବ˚ ‘ପୋଷା ଗଣମାଧ୍ୟମ’ ଦ୍ବାରା ଉଗାଳା ଯାଉଥିବା ବିଷ ସାରା ଭାରତର ସାଧାରଣ ଭାରତୀୟଙ୍କ ଧାରଣାର ଗଭୀର ସ୍ତରକୁ ଭେଦ କରି ସାରିଥିଲା।

ଚତୁର୍ଥଟି ଅସ୍ପଷ୍ଟ ଓ ବିପଜ୍ଜନକ ମନସ୍ତାତ୍ତ୍ବିକ ସ˚କଟ। ପୂର୍ବ ତିନିଟି ତୁଳନାରେ ଏହା କମ୍‌ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ ବେଶ୍‌ ଗୁରୁତର। ଯେଉଁମାନେ ଜୀବିକା ହରାଇଛନ୍ତି, ଘରକୁ ଚାଲି ଚାଲି ଫେରିବାକୁ ବାଧ୍ୟ ହୋଇଛନ୍ତି, ସେମାନେ ଛାଡ଼ିଥିବା ସହରକୁ ଫେରିବା ପାଇଁ ପୁଣି ଥରେ ଆତ୍ମବିଶ୍ବାସ ପାଇ ନ ପାରନ୍ତି। ପୁଣି ସ୍କୁଲ୍‌ ଓ କଲେଜ୍‌ରେ ପଢ଼ୁଥିବା ପିଲାଙ୍କ ପାଇଁ ମଧ୍ୟ ଚିନ୍ତା ବଢ଼ୁଛି। ସେମାନେ ମଧ୍ୟ ମାନସିକ ଦୁଶ୍ଚିନ୍ତା ଭୋଗୁଛନ୍ତି। ଆଗକୁ ପରିସ୍ଥିତି ସହ ପୁଣି ଥରେ ଖାପ ଖୁଆଇବା ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ କଷ୍ଟକର ହୋଇପାରେ। ବୟସ୍କମାନେ ମଧ୍ୟ ବିତ୍ତୀୟ ଅନିଶ୍ଚିତତା ଜନିତ ଅବସାଦ ଓ ଅନ୍ୟ ମାନସିକ ବ୍ୟାଧି ଭୋଗି ପାରନ୍ତି। ଏହାର ପରିଣାମ ପରିବାର ଉପରେ ମଧ୍ୟ ପଡ଼ିପାରେ।

ପଞ୍ଚମ ସଂକଟଟି ଭାରତୀୟ ସ˚ଘୀୟ ବ୍ୟବସ୍ଥା ଦୁର୍ବଳ ହେବା ଜନିତ। ‘ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ’ ମାଧ୍ୟମରେ କେନ୍ଦ୍ର ଅତୀବ କ୍ଷମତାଶାଳୀ ହୋଇଛି। ମହାମାରୀ ପ୍ରସାରଣର ପ୍ରଥମ ମାସରେ ନିଜ ଅଞ୍ଚଳର ଅବସ୍ଥାକୁ ଦେଖି ସ୍ଥାନୀୟ ଓ ସ୍ବାୟତ୍ତ ଭାବେ ଏହାର ପରିଚାଳନା ପାଇଁ ସୁଦ୍ଧା ଅନୁମତି ମିଳିଲା ନାହିଁ। କେନ୍ଦ୍ର ଏକାଧିକ ସ୍ବେଚ୍ଛାଚାରୀ ଓ ବିରୋଧାଭାସ ଥିବା ନିର୍ଦେଶ ରାଜ୍ୟଗୁଡ଼ିକ ଉପରେ ଲଦିଦେଲା। ରାଜ୍ୟଗୁଡ଼ିକ କେନ୍ଦ୍ରଠାରୁ ଆର୍ଥିକ ସହାୟତା ପାଇଲେନାହିଁ। ଏପରିକି ଜିଏସ୍‌ଟି ବାବଦକୁ ବାକି ଥିବା ନିଜର ଭାଗ ସୁଦ୍ଧା ପାଇଲେନାହିଁ, ଯାହା ଏ ପର୍ଯ୍ୟନ୍ତ ମିଳିନାହିଁ।

ଭାରତୀୟ ଗଣତନ୍ତ୍ରର ଦୁର୍ବଳତା ଜନିତ ସ˚କଟ ‌େହଉଛି ଷଷ୍ଠ। ପଞ୍ଚମ ଓ ଷଷ୍ଠ ସ˚କଟ ପରସ୍ପର ସହ ସ˚ପର୍କିତ। ମହାମାରୀ ନାମରେ ବୁଦ୍ଧିଜୀବୀ ଓ ସକ୍ରିୟତାବାଦୀଙ୍କୁ ‘ୟୁଏପିଏ’ (ଅନ୍‌ଲଫୁଲ୍‌ ଆକ୍‌ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍‌ଟ) ଭଳି ଆଇନ ବଳରେ ଗିରଫ କରାଯାଉଛି। ସ˚ସଦରେ ଆଲୋଚନା କରା ନ ଯାଇ ବିଭିନ୍ନ ନିଷ୍ପତ୍ତି ନିଆଯାଉଛି; ଅଧ୍ୟାଦେଶ ପାରିତ ହେଉଛି। ସରକାରର ସମାଲୋଚନା ନ କରିବା ପାଇଁ ମୁଖ୍ୟ ସମ୍ବାଦପତ୍ର ଓ ଟେଲିଭିଜନ୍‌ ଚାନେଲ୍‌ର ମାଲିକମାନଙ୍କ ଉପରେ ଚାପ ପକାଯାଉଛି। ରାଷ୍ଟ୍ର ଓ ଶାସନ ଦଳ ପ୍ରଧାନମନ୍ତ୍ରୀଙ୍କ ଉପାସନାରେ ବ୍ୟସ୍ତ। ଜରୁରୀକାଳୀନ ପରିସ୍ଥିତିରେ ଏକମାତ୍ର ଦେବକାନ୍ତ ବରୁଆ କହିଥିଲେ- ଇନ୍ଦିରା ହେଉଛନ୍ତି ଭାରତ; ଏବ˚ ଭାରତ ହେଉଛି ଇନ୍ଦିରା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଉପାସନା ପାଇଁ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି।

ଭାରତୀୟ ଅର୍ଥନୀତି ଟଳମଳ; ଭାରତୀୟ ଚିକିତ୍ସା ବ୍ୟବସ୍ଥା ଚାପଗ୍ରସ୍ତ; ଭାରତୀୟ ସମାଜ ବିଭାଜିତ; ସ˚ଘୀୟ ବ୍ୟବସ୍ଥା ପୂର୍ବାପେକ୍ଷା ଦୁର୍ବଳ; ରାଷ୍ଟ୍ର କ୍ରମବର୍ଦ୍ଧିଷ୍ଣୁ ଭାବେ ଆଜ୍ଞାନୁବର୍ତ୍ତୀ ହୋଇଚାଲିଛି। ଏସବୁ ମିଳିତ ଭାବେ ଯେଉଁ ବିଶାଳ ସ˚କଟ ସୃଷ୍ଟି କରିଛନ୍ତି, ତାହା ବିଭାଜନ ପରେ ପ୍ରଥମ ଥର ଦେଖିବାକୁ ମିଳିଛି।

ଆମ ଅର୍ଥନୀତି, ସମାଜ ଓ ରାଜନୀତି ମଧ୍ୟମ ଧରଣର ଅବସ୍ଥାରେ ଥିବା ସତ୍ତ୍ବେ ଆମେ କାହିଁକି ହଠାତ୍‌ ଏକ ଅତି କଷ୍ଟଦାୟକ ସମୟ ଦେଇ ଗତିକରୁଛେ? ଆମ ଦେଶ ସ˚ପ୍ରତି ଭୋଗୁଥିବା ପରସ୍ପର ସ˚ପର୍କିତ ସମସ୍ୟାଗୁଡ଼ିକ ପ୍ରତି ଏହି ସରକାରକୁ ନିଶ୍ଚିତ ଭାବେ ଦୃଷ୍ଟି ଦେବାକୁ ହେବ। ୧୯୪୭ରେ ନେହରୁ ଓ ପଟେଲ ଯାହା କରିଥିଲେ, ସେଥିରୁ ଏମାନଙ୍କୁ ଶିଖିବାକୁ ହେବ। ଦେଶ ସେତେ ବେଳେ ଯେଉଁସବୁ ଆହ୍ବାନର ସମ୍ମୁଖୀନ ହୋଇଥିଲା, ତାହା ସେମାନେ ଭଲ ଭାବେ ବୁଝିଥିଲେ। ତେଣୁ, ଆଦର୍ଶଗତ ଅସାମଞ୍ଜସ୍ୟ ଥିବା ସତ୍ତ୍ବେ ଆମ୍ବେଦକରଙ୍କ ଭଳି ବିରୋଧୀଙ୍କୁ ସୁଦ୍ଧା କ୍ୟାବିନେଟ୍‌ରେ ନିଆ ଯାଇଥିଲା। ସେ ଭଳି ଏକ ଜାତୀୟ ସରକାର ଚଳାଇବା ଏବେ ସ˚ଭବ ନୁହେଁ। ତେବେ, ପ୍ରଧାନମନ୍ତ୍ରୀ ବିରୋଧୀ ପକ୍ଷର ଥିବା ବିଜ୍ଞ ଓ ସମର୍ଥ ନେତୃବୃନ୍ଦଙ୍କ ସହାୟତା ନେଇପାରିବେ। ପ୍ରଧାନମନ୍ତ୍ରୀ ମନମୁଖୀ ପଦକ୍ଷେପ ନେବା ବଦଳରେ ଅର୍ଥନୀତି, ବିଜ୍ଞାନ, ସାର୍ବଜନୀନ ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନଙ୍କୁ ବିଶ୍ବାସକୁ ନେବା ସହ ସେମାନଙ୍କୁ ସମ୍ମାନ ଦେବା ଶିକ୍ଷା କରିବା ଉଚିତ। କେନ୍ଦ୍ର ଓ ଶାସକ ଦଳ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକୁ ହଇରାଣ ହରକତ ବନ୍ଦ କରିବା ଆବଶ୍ୟକ। ଶେଷରେ କେନ୍ଦ୍ର ସରକାର ନିଜର ସ୍ବାର୍ଥ ସାଧନ ପାଇଁ ପ୍ରଶାସନିକ ସେବା, ସେନା, ନ୍ୟାୟପାଳିକା, ତଦନ୍ତକାରୀ ସ˚ସ୍ଥା ଆଦିକୁ ବ୍ୟବହାର କରିବା ପରିବର୍ତ୍ତେ, ସେଗୁଡ଼ିକୁ ପୂର୍ଣ୍ଣ ସ୍ବାୟତ୍ତତା ପ୍ରଦାନ କରିବା ଉଚିତ।

ଆମର ଅତୀତ ଓ ବର୍ତ୍ତମାନ ଭିତ୍ତିରେ ଏହା ଏକ ବ୍ୟକ୍ତିଗତ ଆ˚ଶିକ ପ୍ରସ୍ତାବ-ପରାମର୍ଶ ତାଲିକା। ଏଠାରେ ପୁଣି ଥରେ କହିବି ଯେ, ଆମେ ଏକାଧିକ ଗୁରୁତର ସ˚କଟଗ୍ରସ୍ତ। ଏସବୁ ସାଧାରଣ ନୁହେଁ କି ଏସବୁକୁ ଅଣ-ଦେଖା କରାଯାଇପାରିବନାହିଁ। ଆମ ସାଧାରଣତନ୍ତ୍ରର ଇତିହାସରେ ଆମେ ସବୁଠାରୁ ବଡ଼ ଆହ୍ବାନର ସମ୍ମୁଖୀନ। ଏହାର ସଫଳ ମୁକାବିଲା ପାଇଁ ଆମକୁ ଆମର ସମସ୍ତ ଜ୍ଞାନ-ବୁଦ୍ଧି ଓ ସ˚ପଦ ଲଗାଇ ଦେବାକୁ ହେବ।

ସମ୍ବନ୍ଧିତ ଖବର