ଅନୁଜ୍ଜ୍ବଳ ଭବିଷ୍ୟତର ଶିଶୁ
ଝରକା
ୟୁନିସେଫ ଦ୍ବାରା ପ୍ରସ୍ତୁତ ଏକ ତୁଳନାତ୍ମକ ତଥ୍ୟ କହିଥାଏ ଯେ କରୋନା ସଂକ୍ରମଣ ଜନିତ ଆର୍ଥିକ ଦୁଃସ୍ଥିତି କାରଣରୁ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକରେ ଏହି ବର୍ଷ ଶେଷ ସୁଦ୍ଧା ଯେତିକି ନୂଆ ଗରିବ ପରିବାର ସୃଷ୍ଟି ହେବେ, ସେଥିରେ ୮୬ ନିୟୁତ ଶିଶୁ ଦାରିଦ୍ର୍ୟ ମୁହଁକୁୁ ଠେଲି ହୋଇଯିବେ। ଏମାନଙ୍କ ସଂଖ୍ୟା ମିଶିଲେ ଏ ବର୍ଷ ଶେଷ ବେଳକୁ ପୃଥିବୀରେ ଦରିଦ୍ର ପରିବାରର ଶିଶୁମାନଙ୍କ ସଂଖ୍ୟା ୯୭୨ ନିୟୁତ ହୋଇଯିବ।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ସଂକ୍ରମଣକୁ ରୋକିବା ସକାଶେ ତାଲାବନ୍ଦ ଭଳି ପଦକ୍ଷେପ ପୃଥିବୀର ସବୁ ରାଷ୍ଟ୍ରରେ ନିଆଯାଇଥିବା ହେତୁ ଆର୍ଥିକ ଦୁଃସ୍ଥିତି ଉଗ୍ର ରୂପ ଧାରଣ କରିଛି। ତେବେ, ଦେଖିବାକୁ ମିଳିଛି ଯେ ଏହାଦ୍ବାରା ମଧ୍ୟମ ଓ ନିମ୍ନ ଆୟକାରୀ ଦେଶର ଲୋକେ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏହାର କାରଣ ହେଉଛି ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ନାଗରିକମାନଙ୍କ ସକାଶେ ଅଜସ୍ର ଅର୍ଥ ଆର୍ଥିକ ସହାୟତା ରୂପେ ପ୍ରଦାନ କରୁଥିବା ବେଳେ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକ ସେଭଳି କରିବାରେ ସମର୍ଥ ହୋଇ ପାରୁ ନାହାନ୍ତି। ପୁଣି ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ଏହି ବର୍ଗର ରାଷ୍ଟ୍ରଗୁଡ଼ିକ ପ୍ରମୁଖ ଭାବେ ଅତ୍ୟନ୍ତ ଜନବହୁଳ। ତେଣୁ ସେ ସବୁ ଦେଶରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ସଂକଟଜନକ ହୋଇପଡ଼ିଛି।
କେବଳ ସେତିକି ନୁହେଁ, ଏହି ଅନେକ ଦେଶରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ହୋଇ ଯାଇଥିବା ଫଳରେ ଶିଶୁମାନେ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେବାର ଆଶଙ୍କା ଉପୁଜିଲାଣି। ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରରେ ରହୁଥିବା ଏହି ପିଢ଼ିର ଶିଶୁମାନଙ୍କ ଭବିଷ୍ୟତ ବିଶେଷ ଉଜ୍ଜ୍ବଳ ନୁହେ ବୋଲି ୟୁନିସେଫ ପକ୍ଷରୁ କୁହାଯାଇଛି।